ବୁଦ୍ଧିମତ୍ତା ବଢ଼ାଇବାର ସରଳ ତଥା ସହଜ ଉପାୟ ହାତ ପାଆନ୍ତାରେ ରହିଛି। ତାହା କ’ଣ ଜାଣନ୍ତି ? ସୁନିଦ୍ରା। ଯଦି ଜଣେ ବ୍ୟକ୍ତି ଆବଶ୍ୟକ ମୁତାବକ ନିଦ୍ରା ଯାଆନ୍ତି ତେବେ ତାହାର ସୁପ୍ରଭାବ ବୁଦ୍ଧିମତ୍ତା ଉପରେ ପଡିଥାଏ। ‘ବୁଦ୍ଧିମତ୍ତା ଏବଂ ସୁନିଦ୍ରା’ ବିଷୟବସ୍ତୁ ଉପରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହାର ଅନ୍ତର୍ଭୁକ୍ତ ବ୍ୟକ୍ତିମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଗୋଟିଏ ଗ୍ରୁପ୍ରେ ଥିବା ବ୍ୟକ୍ତିମାନଙ୍କୁ ପ୍ରତିଦିନ ଆବଶ୍ୟକ ମୁତାବକ ଶୋଇବାକୁ ପରାମର୍ଶ ଦିଆଯାଇଥିବା ବେଳେ ଅନ୍ୟ ଗ୍ରୁପ୍ରେ ଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ମନ ମୁତାବକ ଶୋଇବାକୁ କୁହାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ଯେଉଁମାନେ ନିୟମିତ ଆବଶ୍ୟକ ମୁତାବକ ଶୋଉଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ବୁଦ୍ଧିମତ୍ତା ପୂର୍ବାପେକ୍ଷା ପ୍ରଖର ଥିବାର ଜଣାପଡିଥିଲା। ହେଲେ ଶୋଇବା ପୂର୍ବରୁ ହାଲକା ଖାଦ୍ୟ ଖାଇବା ସହ ବେଡ୍ ରୁମ୍ର ପରିବେଶ ଶାନ୍ତ ହେବା ନିହାତି ଦରକାର ବୋଲି ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।