ରାତିରେ ୯ ଘଣ୍ଟା ଶୋଇଲେ ମିଳିବ ୧ ଲକ୍ଷ ଟଙ୍କା! ଏହି କମ୍ପାନୀ ଦେଇଛି ଏମିତି ଅଫର

ବର୍ତ୍ତମାନ ସମୟରେ ଲୋକେ ଆବଶ୍ୟକତା ଠାରୁ ଅଧିକ କିମ୍ବା କମ୍‌ ଶୋଉଥିବା ଦେଖିବାକୁ ମିଳୁଛି। ଏପରି ସ୍ଥତିରେ ଶୋଇବା ଏକ କଷ୍ଟକର ଜିନିଷରେ ପରିଣତ ହେଉଛି। ଯାହା ଉପରେ ଆମର ନିୟନ୍ତ୍ରଣ ନାହିଁ। କିନ୍ତୁ ଏଥିରେ ଯଦି ନିୟନ୍ତ୍ରଣ କରିପାରିବେ ତେବେ ୧ ଲକ୍ଷ ଟଙ୍କା ମିଳିବ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ।
ବାଙ୍ଗାଲୋରର ଏକ କମ୍ପାନୀ ‘ଶ୍ଲିପ୍‌ ଇଣ୍ଟର୍ନଶିପ୍‌’ ନାମକ ଏକ ଯୋଜନା ବାହାର କରିଛି। ଏଥିରେ ଜଣେ ବ୍ୟକ୍ତିଙ୍କୁ ୯ ଘଣ୍ଟା ଶୋଇବାକୁ ପଡ଼ିବ। ଏହି କମ୍ପାନୀ ହେଉଛି ଓ୍ବାକ୍‌ ଫିଟ୍‌। ୧ ଲକ୍ଷ ଟଙ୍କା ଦେବା ସହ ସ୍ଲିପ୍‌ ଏକ୍ସପର୍ଟ, ଫିଟ୍‌ନେସ ଏକ୍ସପର୍ଟ ଆଦି ଦେବ। ହେଲେ ୧୦୦ ଦିନ ପର୍ଯ୍ୟନ୍ତ ଏପରି ୯ ଘଣ୍ଟା ଲେଖାଏ ଶୋଇବାକୁ ପଡ଼ିବ। ଏଥିପାଇଁ ଇଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତିଙ୍କ ନିକଟରେ ଏହିସବୁ ପ୍ରକାର ଗୁଣ ରହିଥିବା ଆବଶ୍ୟକ।
ପ୍ରଥମତଃ, କୌଣସି ବିଷୟରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ପାଠ ପଢ଼ାଇବା ସମୟରେ ନିଦ ଲାଗୁଥିଲେ ଆପଣ ଏଥିପାଇଁ ଯୋଗ୍ୟ। ଶୋଇବା ପାଇଁ ବେଡ୍‌କୁ ଯିବାର ୧୦ରୁ ୨୦ ମିନିଟ ମଧ୍ୟ ନିଦ ଆସୁଥିବା ଉଚିତ୍‌। ସୋସିଆଲ ମିଡିଆରେ କମ୍‌ ସକ୍ରିୟ ରହୁଥିବା, ମେଡିଟେଶନ ସ୍ଲିପ୍‌ ଟେକ୍‌ନିକ୍‌ରେ ଶୋଇବା ଅଭ୍ୟାସ ଥିବା ଉଚିତ୍‌। ଏହି ସବୁପ୍ରକାର ଗୁଣ ଥିବା ବ୍ୟକ୍ତି ଏଥିରେ ଭାଗ ନେଇପାରିବେ। ତେବେ ଏହି କମ୍ପାନୀ ପୂର୍ବରୁ ମଧ୍ୟ ଏପରି କରିସାରିଛି।

Share