Categories: ଫୁରସତ

କବିର ସିଂଙ୍କ ଗୀତ ଶୁଣି କାନ୍ଦିଲା କୁକୁର, ଭିଡିଓ ଭାଇରାଲ

ଦିନ ପ୍ରତିଦିନ ସୋସିଆଲ ମିଡିଆରେ କିଛି ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଇନଷ୍ଟାଗ୍ରାମରେ ୟୁଜର୍ସଙ୍କ ଏହିସବୁ ଭିଡିଓ ପସନ୍ଦ ଆସିବା ସହ କିଛି ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି। ନିକଟରେ ସୋସିଆଲ ମିଡିଆରେ ଏକ କୁକୁରର ଭିଡିଓ ଭାଇରାଲ ହୋଇଛି। କୁକୁରଟି ହଠାତ୍‌ ଲୋକପ୍ରିୟ ଚରିତ୍ର କବିର ସିଂଙ୍କ ଫିଲ୍ମର ଗୀତ ଶୁଣୁ ଶୁଣି କିଛି ଅଲଗା ଢଙ୍ଗରେ ପ୍ରତିକ୍ରିୟା ଦେଇଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
କହି ରଖୁଛୁ କି, ଭିଡିଓରେ ଦେଖାଯାଉଛି କି, ଗୋଟିଏ ପୋଷା କୁକୁର ସୋଫା ଉପରେ ଆରାମରେ ଶୋଇଛି। ତା ପଛରେ ଟିଭିରେ କବିର ସିଂଙ୍କର ଗୀତ ଦିଲ କି ଦରିଆ ଶୁଣାଯାଉଛି। ଏହି ସମୟରେ କୁକୁରଟି ନିଦରୁ ଉଠି ଭୋକିବାକୁ ଲାଗୁଛି।

 

ଗୀତଟିରେ କୁକୁରର ପ୍ରତିକ୍ରିୟା ଭାଇରାଲ ହେବା ପରେ ଲୋକଙ୍କୁ ଭିଡିଓଟି ଖୁବ୍‌ ପସନ୍ଦ ଆସିଛି। ବହୁ ୟୁଜର୍ସ ଭିଡିଓରେ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର୍ସ କହିଛନ୍ତି, କୁକୁରଟି ନିଜ ଏକ୍ସକୁ ମନ ପକାଉଛି।

Share