Categories: ଜାତୀୟ

କାଲି ରାତିରେ ଶୋଇପାରି ନାହିଁ, ଭାବୁକ ହୋଇ ଏମିତି କହିଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୧୧।୮: ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ସଭାପତି ଏମ୍‌ ଭେଙ୍କେୟା ନାଇଡୁ ବୁଧବାର ଗୃହରେ ଭାବପ୍ରବଣ ହୋଇପଡିଛନ୍ତି। ଗୃହରେ ବିରୋଧୀଙ୍କ ବିରୋଧ ପ୍ରଦର୍ଶନରେ ଦୁଃଖିତ ହୋଇ ସଭାପତି କହିଛନ୍ତି, କାଲି ସଂସଦର ପବିତ୍ରତା ନଷ୍ଟ ହୋଇଯାଇଛି। କିଛି ସଦସ୍ୟ ନିଜ ସିଟ୍‌ ଉପରେ ବସିଥିବାବେଳେ ଅନ୍ୟ କିଛି ସଦସ୍ୟ ସିଟ୍‌ ଉପରେ ଚଢି ଫାଇଲ୍‌ ଫୋପାଡି ଥିଲେ। ଏହାଦ୍ୱାରା ସଂସଦ ଭଳି ମନ୍ଦିରର ପବିତ୍ରତା ନଷ୍ଟ ହୋଇଛି। ମୋ ପାଖରେ ନିନ୍ଦା କରିବାକୁ କୌଣସି ଶବ୍ଦ ନାହିଁ। ଏଭଳି ଘଟଣା ଦେଖି ମୁଁ ଗତକାଲି ଶୋଇପାରି ନ ଥିଲ ଏହା ମୋତେ ବ୍ୟଥିତ କରିଛି ବୋଲି ସଭାପତି କହିଥିଲେ।
ସୂଚନାନୁସାରେ, ଫାଇଲ୍‌ ଫୋପାଡି ଥିବା ବିରୋଧୀ ଏମ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି । ଏହାପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା, ଗୃହର ନେତା ପୀୟୁଷ ଗୋୟଲ ଏବଂ ଅନ୍ୟ ଭାଜପା ଏମ୍‌ପି ମଧ୍ୟ ଆଜି ସକାଳେ ନାଇଡୁଙ୍କୁ ଭେଟିଥିଲେ।

Share