Categories: ଫୁରସତ

ଦିନରେ ୧୦ ହଜାର ଥର ଶୁଏ

ନୂଆଦିଲ୍ଲୀ: ଦୁନିଆରେ ଅନେକ ଲୋକଙ୍କ ମଧ୍ୟରେ କିଛି ଲୋକ ବହୁତ ଅଳସୁଆ ପ୍ରକୃତିର ଥାନ୍ତି। ଯେଉଁମାନଙ୍କୁ ଅଧିକାଂଶ ସମୟ ଶୋଇବାକୁ ଭଲ ଲାଗେ। ହେଲେ ଏପରି ଏକ ଜୀବ ଅଛି, ଯିଏ ଦିନରେ ୨-୪ ଥର ନୁହେଁ, ୧୦ ହଜାର ଥର ଶୁଏ। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ନିକଟରେ ବୈଜ୍ଞାନିକମାନେ ଏନେଇ ଏକ ତଥ୍ୟ ପ୍ରକାଶ କରିଛନ୍ତି। ଏହି ଜୀବ ହେଉଛି ଚିନ୍‌ସଟ୍ରାପ ପେଙ୍ଗୁଇନ୍‌। ଆଣ୍ଟାର୍କଟିକାରେ ଦେଖାଯାଉଥିବା ପେଙ୍ଗୁଇନ୍‌ଙ୍କ ଏହା ଏକ ପ୍ରଜାତି। ବୈଜ୍ଞାନିକମାନେ ଆଣ୍ଟାର୍କଟିକାର କିଙ୍ଗ୍‌ ଜର୍ଜ ଦ୍ୱୀପରେ ଦେଖାଯାଉଥିବା ପକ୍ଷୀଙ୍କ ଉପରେ ଏକ ଗବେଷଣା କରୁଥିଲେ। ସେତେବେଳେ ଏପରି ଏକ ତଥ୍ୟ ସାମ୍ନାକୁ ଆସିଲା। ରିପୋର୍ଟ ମୁତାବକ, ଚିନ୍‌ସଟ୍ରାପ ପେଙ୍ଗୁଇନ୍‌ ଦୁନିଆର ଏପରି ଏକ ପକ୍ଷୀ, ଯିଏ ଦିନକୁ ୧୦ ହଜାର ଥର ଶୋଇଥାଏ। ତେବେ ସେମାନଙ୍କ ସମସ୍ତ ନିଦ୍ରାର ଅବଧି କେବଳ ୪ ସେକେଣ୍ଡର ହୋଇଥାଏ। ଯେତେବେଳେ ଏମାନଙ୍କ ବେକ ହଲୁଥାଏ, ସେତେବେଳେ ନିଦ୍ରାରେ ଥାନ୍ତି। ନିଜ ଅଣ୍ଡା ଏବଂ ପ୍ରତି ସବୁ ସମୟରେ ବିପଦ ଅନୁଭବ କରିଥାନ୍ତି। ସେଥିପାଇଁ ଏମାନେ ବାରମ୍ବାର ନିଦ୍ରାରୁ ଉଠି ଛୁଆଙ୍କ ପ୍ରତି ନଜର ରଖାଥାନ୍ତି। ବୈଜ୍ଞାନିକଙ୍କ ଅନୁସାରେ, ଏମାନେ ଦିନରେ ୧୧ ଘଣ୍ଟା ନିଦ୍ରାରେ ଆସକ୍ତ ହୋଇଥାନ୍ତି। ୧୯୮୦ ମସିହାରେ ମଧ୍ୟ ଏମାନଙ୍କ ଉପରେ ରିସର୍ଚ୍ଚ ହୋଇଥିଲା। ହେଲେ ସେତେବେଳେ କେବଳ ଏମାନେ ବାରମ୍ବାର ଶୋଉଥିବା ଜଣାପଡ଼ିଥିଲା। କଳା ଏବଂ ଧଳା ରଙ୍ଗର ଚିନ୍‌ସଟ୍ରାପ ପେଙ୍ଗୁଇନ୍‌ ଦକ୍ଷିଣ ଗୋଲାର୍ଦ୍ଧରେ ରୁହନ୍ତି। ଏମାନଙ୍କ ପାଖରେ ପୁଚ୍ଛ ଥିଲେ ମଧ୍ୟ ଉଡ଼ିପାରନ୍ତି ନାହିଁ। କେବଳ ପହଁରିବାରେ କାମ ଦେଇଥାଏ। ପେଙ୍ଗୁଇନ୍‌ଙ୍କ ମୁଣ୍ଡ ତଳେ ଏକ କଳା ରଙ୍ଗ ପଟି ରହିଥାଏ, ସେଥିପାଇଁ ଏମାନଙ୍କୁ ଚିନ୍‌ସଟ୍ରାପ ପେଙ୍ଗୁଇନ୍‌ କୁହାଯାଏ। ଖାଦ୍ୟ ଅନ୍ବେଷଣରେ ଏମାନେ ୭୦ ମିଟର ସମୁଦ୍ର ଭିତରକୁ ଯାଇଥାନ୍ତି। ଏମାନେ ଅଧା ମିନିଟ୍‌ରେ ୧୦ ମିଟର ତଳକୁ ଯାଇ ତାଙ୍କ ଖାଦ୍ୟ ସଂଗ୍ରହ କରିପାରନ୍ତି।

Share