Posted inଫୁରସତ

ଶୁଅନ୍ତି କଫିନରେ

ନୂଆଦିଲ୍ଲୀ: ଲୋକେ ଭଲ ନିଦ୍ରାରେ ଶୋଇବାକୁ ଆରାମଦାୟକ ଖଟର ବ୍ୟବହାର କରିଥାନ୍ତି। ହେଲେ ଜଣେ ଯୁବତୀ ଏପରି ଏକ ସ୍ଥାନରେ ଶୁଅନ୍ତି, ଯାହା ଶୁଣିଲେ ବହୁତ ଅଜବ ଲାଗିବ। ଜଣେ ବ୍ୟକ୍ତି ମରିବା ପରେ ତାଙ୍କ ମରଶରୀରକୁ ଏକ କାଠବାକ୍ସ ଭିତରେ ରଖାଯାଇ କବର ଦିଆଯାଇଥାଏ। ହେଲେ ଯୁବତୀ ଜଣଙ୍କ ଛୋଟବେଳୁ ମୃତ ଲୋକଙ୍କ ପାଇଁ ଥିବା କାଠବାକ୍ସରେ ଶୋଇବାକୁ ସ୍ବପ୍ନ ଦେଖିଆସୁଥିବା କହିଛନ୍ତି। ସେ ଶୋଇବା ପାଇଁ ଏକ ଖାସ୍‌ ଶବାଧାର ପ୍ରସ୍ତୁତ କରିଛନ୍ତି। ରିପୋର୍ଟ ମୁତାବକ, ସ୍ୟାଡ୍‌ ସ୍ପାଇସ୍‌ ନାମକ ଟିକ୍‌ଟକ୍‌ ବ୍ୟବହାରକାରୀ ନିକଟରେ ତାଙ୍କ ଅଜବ ବେଡ୍‌ରୁମ୍‌ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ତାଙ୍କର ପ୍ରାୟ ୬ ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି। ଭିଡିଓରେ ଏକ କଫିନ(ଶବାଧାର) ଥିବା ଦେଖିବାକୁ ମିଳିଛି। ଟେଲିଭିଜନରେ ଦେଖିବାକୁ ମିଳୁଥିବା କାଳ୍ପନିକ ଚରିତ୍ର ରାକ୍ଷସୀ, ଯାହାର ୨ ପଟର ଦାନ୍ତ ବଡ଼ ଥିବ, ସେ ସେହିପରି ନିଜର ଦାନ୍ତକୁ ବଡ଼ କରିଛନ୍ତି। ଏଥିସହ ତାଙ୍କ ରୁମ୍‌କୁ ମଧ୍ୟ ସେହିପରି ସଜାଇଛନ୍ତି। ସେ ୬ ଫୁଟ ୮ ଇଞ୍ଚର କଫିନରେ ଶୋଉଛନ୍ତି। ସେହି କଫିନ ଦେଖିବାକୁ ଆରାମଦାୟକ ଲାଗୁ ନ ଥିଲେ ମଧ୍ୟ ଯୁବତୀ ତାକୁ ବେଶ୍‌ ଆରାମଦାୟକ ବୋଲି କହିଛନ୍ତି। ସେ ଶୋଇବା ସମୟରେ କଫିନକୁ ବନ୍ଦ କରନ୍ତିନି। ଯୁବତୀ ଜଣକ କହିଛନ୍ତି, ତାଙ୍କୁ ୧୪ ବର୍ଷ ହୋଇଥିବାବେଳେ ସେ କଫିନରେ ଶୋଇବାକୁ ସ୍ବପ୍ନ ଦେଖିଥିଲେ। ତାଙ୍କ କହିବା କଥା ଯେ ସେ ଏହି କଫିନ ଯୋଗୁ ଖରାପ ଜିନିଷରୁ ନିଜକୁ ବଞ୍ଚାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲଡୋଜର-ଜେସିବି ମଧ୍ୟରେ ତଫାତ ଜାଣନ୍ତି କି? ଉତ୍ତର ନା ହୋଇଥିଲେ ଜାଣି ନିଅନ୍ତୁ…

ଆପଣ ନିଶ୍ଚିତ ଭାବେ ମାଟି ଖୋଳୁଥିବା ବେଳେ ଜେସିବି ନଚେତ ବୁଲଡୋଜରକୁ ଦେଖିଥିବେ। ହେଲେ କ’ଣ ଆପଣ ଉଭୟଙ୍କ ମଧ୍ୟରେ ଫରକ କ’ଣ ଜାଣନ୍ତି କି?...

ଡଲ୍‌ଫିନ୍‌ ହସିପାରନ୍ତି

ନୂଆଦିଲ୍ଲୀ,୫ା୧୦(ପି.ଟି.): ଡଲ୍‌ଫିନ୍‌ଗୁଡ଼ିକ ଖେଳିବା ସମୟରେ ପାଟି ଖୋଲା ରଖି ପରସ୍ପରକୁ ସେମାନଙ୍କ ଭାବନା ବ୍ୟକ୍ତ କରିଥାନ୍ତି। ଅନେକ ସମୟରେ ସେମାନଙ୍କର ଏହି ଅଭିବ୍ୟକ୍ତି ‘ହସ’ ହୋଇପାରେ ବୋଲି...

୧୦ ଟଙ୍କାର ବେଲୁନ ବି ନେଇପାରେ ଜୀବନ!

ପ୍ରୟାଗରାଜ,୪।୧୦: ପ୍ରୟାଗରାଜର ସରାଇ ଇନାୟତ ପୋଲିସ ଷ୍ଟେଶନ ଅଞ୍ଚଳର ଫତୁହାଁ ଗ୍ରାମରେ ଏକ ମାମଲା ସାମ୍ନାକୁ ଆସିଛି, ଯାହା ଶୁଣି ଲୋକମାନେ କେବଳ ଆଶ୍ଚର୍ଯ୍ୟ ହୋଇନାହାଁନ୍ତି,...

‘ଶିକ୍ଷାକ୍ଷେତ୍ରରେ ଶିକ୍ଷକମାନଙ୍କ ଭୂମିକା ଅତୁଳନୀୟ’

ଭାରତରେ ପ୍ରତିବର୍ଷ ୫ ସେପ୍ଟେମ୍ବରରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ବା ଶିକ୍ଷକ ଦିବସ ଭାବେ ପାଳନ କରାଯାଉଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ଶିକ୍ଷକ ଦିବସ ପ୍ରତିବର୍ଷ...

ଏମିତି ଏକ ଗାଁ ଯେଉଁଠି କାହାରି ଘରେ ହୁଏ ନାହିଁ ରୋଷେଇ

ଗାନ୍ଧିନଗର: ଗୁଜୁରାଟରେ ଦେଶର ଏକ ଅନନ୍ୟ ଗ୍ରାମ ଅଛି। ଏହି ଗାଁର କୌଣସି ଘରେ ଖାଦ୍ୟ ରନ୍ଧାଯାଏ ନାହିଁ। ବିଶେଷ କଥା ହେଉଛି ଏହି ଗାଁରେ...

କାହିଁକି ଭାରତୀୟ ନୋଟ୍‌ରେ ରହିଥାଏ ଗାନ୍ଧୀଙ୍କ ଫଟୋ? ଜାଣନ୍ତୁ ଏହାର ରହସ୍ୟ…

ଆପଣ ପ୍ରତି ଭାରତୀୟ ନୋଟ୍‌ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଦେଖିଥିବେ। ସେଇଟା ୧୦ଟଙ୍କିଆ ହେଉ କି ୫୦୦ ସବୁଥିରେ ଗାନ୍ଧୀଙ୍କ ଫଟୋ ଥିବା...

ପରିବାରରେ ୭୦୦ ସଦସ୍ୟ

କାମ୍ପାଲା : ପୁରାତନ କାଳରେ ପ୍ରାୟ ସମସ୍ତଙ୍କର ପରିବାର ବଡ଼ ଥିଲା ଏବଂ ପରିବାରରେ ସମସ୍ତେ ମିଳିମିଶି ରହୁଥିଲେ। ସେତେବେଳେ ଘରର ବିଭିନ୍ନ କାର୍ଯ୍ୟକୁ ପରିବାର ସମସ୍ତ...

ବୟସ୍କଙ୍କୁ ମର୍ଯ୍ୟାଦା

ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ, କଲ୍ୟାଣ ଏବଂ ଅଧିକାର ବିଷୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ୧ ଅକ୍ଟୋବରରେ ‘ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ’ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri