ସଂକ୍ରମଣରେ ସାମାନ୍ୟ ବ୍ରେକ୍‌…

ନୂଆଦିଲ୍ଲୀ, ୨।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ପୁଣି ସଙ୍କଟ ଘନେଇବାରେ ଲାଗିଛି। ଫଳରେ ପୁଣି ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ଲକ୍ଷେ ୩୯ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ୧୩ ହଜାର ୭୩୪ ରହିଛି। ଗୋଟିଏ ଦିନ ତଳେ ଏହା ୧୬ ହଜାର ୪୬୪ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୪ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୩୯ ଥିଲା। ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୩୯ ହଜାର ୭୯୨ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୪୩ ହଜାର ୯୮୯ ଥିଲା। ସେହିପରି ୨୪ ଘଣ୍ଟାରେ ୧୭ ହଜାର ୮୯୭ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧୬ ହଜାର ୧୧୨ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୬ ହଜାର ୪୩୦ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୦ ଲକ୍ଷ ୫୦ ହଜାର ୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୩ ଲକ୍ଷ ୮୩ ହଜାର ୭୮୭ ଜଣ ସୁସ୍ଥ ହୋଇ ସାରିଛନ୍ତି।

ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।

କେରଳ, ତାମିଲନାଡୁ, କର୍ନାଟକ ଆଦି ରାଜ୍ୟରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୮୩୦ ଜଣ, ପଶ୍ଚିମବଙ୍ଗରେ ୪୩୬ ଜଣ, ତାମିଲନାଡୁରେ ୧,୩୫୯ ଜଣ, ପଞ୍ଜାବରେ ୨୭୨ ଜଣ କେରଳରେ ୧,୩୨୧ ଜଣ, କର୍ନାଟକରେ ୧,୨୮୭ ଜଣ, ଓଡ଼ିଶାରେ ୭୪୧ ଜଣ, ଗୁଜରାଟରେ ୬୦୬, ଆସାମରେ ୬୮୬ ଜଣ, ତେଲେଙ୍ଗାନାରେ ୭୭୧, ଆସାମରେ ୫୦୮ ଜଣ, ହିମାଚଳପ୍ରଦେଶରେ ୮୫୯ ଜଣ, ଛତିଶଗଡ଼ରେ ୫୧୮ ଜଣ, ଦିଲ୍ଲୀରେ ୮୨୨ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ହରିୟାଣାରେ ୬୦୦ ଜଣ, ଉତ୍ତରପ୍ରଦେଶରେ ୩୨୪ ଜଣ, ଜମ୍ମୁ-କଶ୍ମୀରରେ ୩୯୭ ଜଣ, ବିହାରରେ ୧୨୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ରାଜସ୍ଥାନରେ ୨୯୮ ଜଣ, ମଧ୍ୟପ୍ରଦେଶରେ ୧୮୬ ଜଣ, ଉତ୍ତରାଖଣ୍ଡରେ ୨୭୫ ଜଣ, ପୁଡୁଚେରୀରେ ୧୧୩ ଜଣ, ଚଣ୍ଡିଗଡ଼ରେ ୧୮୮ ଜଣ, ମିଜୋରାମରେ ୩୩୭ ଜଣ, ତ୍ରିପୁରାରେ ୧୭୮ ଜଣ, ଝାଡ଼ଖଣ୍ଡରେ ୧୪୦ ଜଣ, ସିକିମ୍‌ରେ ୧୧୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୨୦୪ କୋଟି ୬୦ ଲକ୍ଷ ୮୧ ହଜାର ୮୧ ରେ ପହଞ୍ଚିଛି। ସେଥିମଧ୍ୟରେ ୯୨ କୋଟିରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୫ କୋଟି ୪୦ ଲକ୍ଷ ଦ୍ୱିତୀୟ ଡୋଜ୍‌ ରହିଛି । ଗତ ୨୪ ଘଣ୍ଟାରେ ୨୬ ଲକ୍ଷ ୭୭ ହଜାର ୪୦୫ ଟିକା ପ୍ରଦାନ କରାଯାଇଛି।

Share