Categories: ଫୁରସତ

ସବୁଠୁ ସରୁ ହୋଟେଲ ‘ପିଟୁରୁମ୍‌ସ’: ୯ ଫୁଟ ଚଉଡ଼ା, ଡିଜାଇନ ଅଲଗା

ଜାକର୍ତ୍ତା: ବାହାର ଲୋକଙ୍କ ରହଣି ପାଇଁ ଅନେକ ହୋଟେଲ ରହିଛି। ସବୁଗୁଡ଼ିକ ଆକାରରେ ଭିନ୍ନ ହୋଇଥାଏ। ତେବେ ଇଣ୍ଡୋନେସିଆ ସେଣ୍ଟ୍ରାଲ ଜାୱାର ସାଲାଟିଗା ସହରରେ ଏପରି ଏକ ହୋଟେଲ ଅଛି, ଯାହା ସବୁଠୁ ସରୁ। ଏହାକୁ ଦୁନିଆର ସବୁଠୁ ସରୁ ହୋଟେଲ କୁହାଯାଉଛି। ଏହାର ନାମ ‘ପିଟୁରୁମ୍‌ସ’। ୯ ଫୁଟ ଚଉଡ଼ା ୫ ମହଲା ବିଶିଷ୍ଟ ଏହି ହୋଟେଲରେ ଆରାମଦାୟକ ସୁବିଧା ରହିଛି। ଏହି ହୋଟେଲରେ ବାସ କରୁଥିବା ଲୋକେ କିଛି ଅଲଗା ଅନୁଭୂତି ନେଇ ଯାଇଥାନ୍ତି। ଏହାର ଡିଜାଇନ ଏବଂ ସବୁ ରୁମ୍‌ର କାମ ଅଲଗା ହୋଇଥାଏ।

ରିପୋର୍ଟ ମୁତାବକ, ଏହି ହୋଟେଲ ଏକ ପରିତ୍ୟକ୍ତ ଭାବେ ପଡ଼ିଥିବା ସ୍ଥାନରେ କରାଯାଇଛି। ଏହି ସ୍ଥାନ ଘର ଏବଂ ଗଳି ଭିତରେ ରହିଛି। ଏହାକୁ ଲୋକେ ଘରର ଅଳିଆ ପକାଇବାରେ ବ୍ୟବହାର କରୁଥିଲେ। ତେବେ ଏପରି ସ୍ଥାନରେ ଏକ ହୋଟେଲ କରିବା ସହଜ ନ ଥିଲା। ହେଲେ ଏପରି କାମ ଆର୍କିଟେକ୍ଟ ଏରି ଇନ୍ଦ୍ରା କରିବାରେ ସଫଳ ହୋଇଛନ୍ତି। ଇନ୍ଦ୍ରାଙ୍କ ଜନ୍ମ ସାଲାଟିଗା ସହରରେ ହୋଇଥିଲା। ସେ ସିଙ୍ଗାପୁର ଏବଂ ଜାକର୍ତ୍ତାରେ ଆର୍କିଟେକ୍ଟ ଭାବେ ପ୍ରଶିକ୍ଷଣ ନେଇଛନ୍ତି। ଏହି ହୋଟେଲରେ ୭ଟି ରୁମ୍‌ ରହିଛି। କାରଣ ଜାଭାନିସ ଭାଷାରେ ପିଟୁର ଅର୍ଥ ୭। ଏହାକୁ ଇନ୍ଦ୍ରା ୨୦୨୨ରେ ନିର୍ମାଣ କରିଥିଲେ।

Share