ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ପାଟିରୁ ଭୁଲ ବଶତଃ ବାହାରି ଯାଇଥିଲା ‘ଶହୀଦ ଲାଦେନ’

ଇସ୍ଲାମାବାଦ,୨୭।୬: ଆମେରିକା ଦ୍ୱାରା ଆବ୍ବତାବାଦରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଓସାମା ବିନ ଲାଦେନଙ୍କୁ ଶହୀଦ କରି ଦିଆଯାଇଥିଲା। ଗତବର୍ଷ ଜୁନରେ ଆମେରିକାରେ ଜାତୀୟ ସଭାକୁ ସମ୍ବୋଧିତ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏଭଳି ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ସେତେବେଳେ ବିଶ୍ୱ ସ୍ତରରେ ଇମ୍ରାନଙ୍କୁ ନିନ୍ଦା କରାଯାଇଥିଲା। ତେବେ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ପାଟିରୁ ଭୁଲ ବଶତଃ ଏହା ବାହାରି ଯାଇଥିବା କହିଛନ୍ତି ପାକିସ୍ତାନର କେନ୍ଦ୍ର ସୂଚନା ମନ୍ତ୍ରୀ ଫଓ୍ବାଦ ଚୌଧୁରୀ।

ଏକ ନ୍ୟୁଜ ଚ୍ୟାନେଲକୁ ଚୌଧୁରୀ କହିଛନ୍ତି, ଓସାମା ବିନ ଲାଦେନ ଜଣେ ଆତଙ୍କବାଦୀ ଓ ଅଲ କାଏଦାକୁ ଏକ ଆତଙ୍କବାଦୀ ସଂଗଠନ ହିସାବରେ ଗଣେ ପାକିସ୍ତାନ।

ଆତଙ୍କବାଦୀ ସଂଗଠନ ଅଲ କାଏଦାର ପୂର୍ବତନ ମୁଖ୍ୟ ଲାଦେନ ୨୦୦୧ ଆମେରିକା ଉପରେ ହୋଇଥିବା ୯/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲେ। ଆବ୍ବତାବାଦର ଗାରିସନ ସହରରେ ୨୦୧୧ ରାତିଅଧିଆ ଆମେରିକୀୟ ସେନା କାର୍ଯ୍ୟାନୁଷ୍ଠାନରେ ଲାଦେନଙ୍କୁ ହତ୍ୟା କରାଯାଇଥିଲା।

Share