Categories: ଫୁରସତ

କୁଟାରେ ତିଆରି ଚପଲ

ଶ୍ରୀନଗର: ଚମଡ଼ା କିମ୍ବା ପ୍ଲାଷ୍ଟିକରେ ଚପଲ ତିଆରି ହେଉଥିବା କଥା ପ୍ରାୟ ସମସ୍ତେ ଜାଣିଥିବେ। କିନ୍ତୁ ପାରମ୍ପରିକ ଶୈଳୀରେ କୁଟାରେ ଏବେ ବି ଚପଲ ତିଆରି କରୁଛନ୍ତି କଶ୍ମୀରର ଅବଦୁଲ ସମାଦ୍‌ ଗାନି। ଉତ୍ତର କଶ୍ମୀର ବାନ୍ଦିପୋରା ଜିଲାର କେହନୁଶା ଗାଁର ଅବଦୁଲ ସମାଦ୍‌ ଗାନି। ବୟସ ଏବେ ୧୧୦ ବର୍ଷ। ଏହି ବୟସରେ ବି ସେ କୁଟାରେ ଚପଲ ତିଆରି କରି କଶ୍ମୀରର ପରମ୍ପରାକୁ ବଜାୟ ରଖିଛନ୍ତି। କୁଟାରେ ତିଆରି ହୋଇଥିବା ଏହି ଚପଲକୁ କଶ୍ମୀରରେ ପୁଲହୁର୍‌ କୁହାଯାଏ। ଆଧୁନିକ ସମୟରେ ଚମଡା ଓ ପ୍ଲାଷ୍ଟିକ ଚପଲର ବହୁଳ ବ୍ୟବହାର ଫଳରେ ଲୋକେ ପୁଲହୁରକୁ ପ୍ରାୟତଃ ବ୍ୟବହାର କରୁ ନାହାନ୍ତି। ମାତ୍ର ଅବଦୁଲ ପୁଲହୁର୍‌ ବ୍ୟତୀତ ଆଉ କୌଣସି ପ୍ରକାରର ଚପଲ ପିନ୍ଧନ୍ତି ନାହିଁ। ନିଜ ପାଇଁ ସେ ସବୁବେଳେ ନିଜେ ପୁଲହୁର୍‌ ତିଆରି କରୁଛନ୍ତି।

Share