Categories: ଜାତୀୟ

କାନ୍ଥରେ ଲେଖାଯାଉଛି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ

ଲକ୍ଷ୍ନୌ,୮।୮: ଉତ୍ତର ପ୍ରଦେଶର ବାରାଣାସୀର ସିଗ୍ରା ପୋଲିସ ଷ୍ଟେଶନ ପରିସରରେ ଥିବା କାନ୍ଥରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଲେଖାଯାଇଛି। ଏହି ଘଟଣାରେ ସିଗ୍ରା ପୋଲିସ ୫ ଜଣ ଯୁବକଙ୍କୁ ଗିରଫ କରିଛି। ସିଗ୍ରା ପୋଲିସ ଷ୍ଟେଶନ ପରିସରରେ ଥିବା କଲୋନୀ କାନ୍ଥରେ ଲେଖାଯାଇଥିବା ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିରୋଧୀ ସ୍ଲୋଗାନଗୁଡିକ ପୋଲିସ ଦ୍ୱାରା ଲିଭାଯାଉଛି। ଗିରଫ ଯୁବକମାନଙ୍କୁ ପଚରାଉଚରା କରୁଥିବାବେଳେ ଏହା ତଥ୍ୟ ସଂଗ୍ରହ କରୁଛି ଯେ କାହାର ଆଦେଶ ଅନୁଯାୟୀ ଏହି ସ୍ଲୋଗାନଗୁଡ଼ିକ କାନ୍ଥରେ ଲେଖାଯାଇଛି। ଯୁବକମାନେ କେଉଁ ସଂଗଠନ ସହ ଜଡିତ ଅଛନ୍ତି ସେ ସମ୍ପର୍କରେ ପୋଲିସ ମଧ୍ୟ ଅନୁସନ୍ଧାନ କରୁଛି। ସିଗ୍ରା ଇନ୍ସପେକ୍ଟର ଅନୁପ ଶୁକ୍ଲା କହିଛନ୍ତି ଯେ, ଗିରଫ ହୋଇଥିବା ସମସ୍ତ ଯୁବକ ବିହାରର ବାସିନ୍ଦା। ସେମାନଙ୍କୁ ପଚରାଉଚରା କରାଯାଉଛି।

Share