Categories: ଖେଳ

ଅଷ୍ଟ୍ରେଲିଆ ବିପକ୍ଷରେ ପାକିସ୍ତାନର ୨ କ୍ରିକେଟରଙ୍କ ଫିଲ୍ଡିଂକୁ ନେଇ ଉଡୁଛି ମଜା, ସୋସିଆଲ ମିଡିଆରେ…

ହାଇଦ୍ରାବାଦ,୩।୧୦: ପାକିସ୍ତାନ କ୍ରିକେଟ ଟିମ୍‌ ବୋଲିଂ ଏବଂ ବ୍ୟାଟିଂରେ ଯେତିକି ସଫଳ ଫିଲ୍ଡିଂରେ ସେତିକି ବିଫଳ। ଅନେକ ମ୍ୟାଚ୍‌ରେ ଦଳର ଫିଲ୍ଡିଂକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏବେ ବିଶ୍ୱକପ୍‌ ପୂର୍ବରୁ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଫିଲ୍ଡିଂରେ ନିରାଶାଜନକ ପ୍ରଦର୍ଶନ କରିଛି। ପାକିସ୍ତାନର ୨ ଖେଳାଳି ମ୍ୟାଚ୍‌ରେ ଖରାପ ଫିଲ୍ଡିକୁ କରିଥିବାରୁ ସୋସିଆଲ ମିଡିଆରେ ଦଳର ମଜା ଉଡୁଛି। ମହମ୍ମଦ ଓ୍ବାସିମ୍‌ ଏବଂ ମହମ୍ମଦ ନଓ୍ବାଜଙ୍କ ଏକ ଭୁଲକୁ ନେଇ ବଲ୍‌ ଚୌକାରେ ପରିଣତ ହୋଇଥିଲା। ଏହାର ଅନେକ ଭିଡିଓ ଭାଇରାଲ ହେଉଥିବା ବେଳେ ଦଳର ଫିଲ୍ଡିଂ କେବେହେଲେ ସୁଧୁରିବ ନାହିଁ ବୋଲି ଲୋକେ ପ୍ରତିକ୍ରିୟା ଦେଉଛନ୍ତି।

୨୦୧୧ ବିଶ୍ୱକପ୍‌ ପରଠାରୁ ଏଯାବତ ପାକିସ୍ତାନ ସର୍ବାଧିକ ୫୯ କ୍ୟାଚ୍‌ ଛାଡ଼ିଛି। ଏହି ମାମଲାରେ ପାକିସ୍ତାନ ଶୀର୍ଷରେ ରହିଛି। ସେହିଭଳି ଶ୍ରୀଲଙ୍କା ୪୩ କ୍ୟାଚ୍‌ ଛାଡ଼ି ଦ୍ୱିତୀୟ ସ୍ଥାନରେ ରହିଛି। କ୍ୟାଚ୍‌ ଧରିବାକୁ ମ୍ୟାଚ୍‌ ବିଜୟ ସହ ଯୋଡ଼ା ଯାଏ। ଏଣୁ ପାକିସ୍ତାନକୁ କ୍ରିକେଟ ବିଶେଷଜ୍ଞମାନେ ସମାଲୋଚନା କରୁଛନ୍ତି।

Share