ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହୁଏ ତାହା କାହାକୁ ଜଣା ନ ଥାଏ। ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଭିଡିଓରେ ଏକ ଭାଲୁ ବାଘର ପିଛା କରୁଛି। ବାଘଟି ବିଚରା ଭାଲୁକୁ ଦେଖି ଦୌଡ଼ି ପଳାଉଛି।
Sloth bear scaring away a Tiger – not quite a rare thing in the forests!
Most bears (esp mumma bears) do attempt to scare the predator at the first instance by raising it’s forelimbs to make them look large in size. This trick worked out for this bear.
Video shared by a senior pic.twitter.com/SIikET7Asm
— Sudha Ramen 🇮🇳 (@SudhaRamenIFS) July 10, 2021
ଭିଡିଓଟିକୁ ଭାରତୀୟ ବନ ସେବା ଅଧିକାରୀ ସୁଧା ରମଣ ଟୁଇଟରରେ ଶେୟାର କରିଛନ୍ତି। ଟୁଇଟ୍ କରି ସେ କହିଛନ୍ତି, ଜଙ୍ଗଲରେ ଏପରି ଦୃଶ୍ୟ ଦେଖିବାକୁ ମିଳେନାହିଁ। ୨୪ ସେକେଣ୍ଡର ଏହି ଭିଡିଓରେ ଏକ ବାଘ ପୋଖରୀ ନିକଟରେ ଠିଆ ହୋଇଥିବା ଦେଖାଯାଇଛି। ଭାଲୁଟିଏ ବାଘକୁ ଦେଖୁଛି। ପରେ ବାଘକୁ ଡରାଇବା ପାଇଁ ସେ ପାଦ ଉଠାଉଛି। ବାଘକୁ ଏମିତି ଗୋଡ଼ାଉଛି ଯେ, ବାଘ ଭୟରେ ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଉଛି।
ୟୁଜରମାନେ ବି ଏହି ଭିଡିଓରେ ବେଶ୍ ମଜାଳିଆ କମେଣ୍ଟ ସବୁ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ପ୍ରଥମଥର ପାଇଁ ଶିକାରୀ ଡରୁଛି। ଆଉ ଜଣେ ୟୁଜର ଲେଖିଛନ୍ତି, ଯିଏ ଆକ୍ରମଣ କରିବ ତା’ହାତ ସବୁବେଳେ ଉପରକୁ ରହିବ।