ଦଲାଲଙ୍କ ହାତରେ ସ୍ଲଟ୍‌, ବ୍ଲାକ୍‌ରେ ଚାଲିଛି ବିକ୍ରି

ଜଗତ୍‌ସିଂହପୁର, ୨୫।୯ (ପ୍ରମୋଦ କୁମାର ନାୟକ): ଅତୀତରେ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟଗୁଡ଼ିକରେ ହାତଗୁଞ୍ଜା ଦେଇ ଅନେକ ପଛରେ ଆସି ଆଗୁଆ ଜମି ପଞ୍ଜୀକରଣ କରି ପାରୁଥିଲେ। ଏନେଈ ଜମି କିଣାବିକାରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଜିଲା ସବରେଜିଷ୍ଟ୍ରାର ଓ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟଗୁଡିକରେ ସ୍ଲଟ୍‌ ବୁକିଂ ବ୍ୟବସ୍ଥା କରିଛନ୍ତି। ଅର୍ଥାତ୍‌ ନିର୍ଦ୍ଦିଷ୍ଟ ଦିନ ପାଇଁ ଆଇଜିଆର୍‌ (ଇନ୍ସପେକ୍ଟର ଜେନେରାଲ ଅଫ ରେଜିଷ୍ଟ୍ରେଶନ୍‌) ପକ୍ଷରୁ ଏହି ପୋର୍ଟାଲରେ ସ୍ଲଟ୍‌ ଯୋଗାଇ ଦିଆଯାଇଥାଏ। ଯେଉଁମାନେ ଆଗୁଆ ସ୍ଲଟ୍‌ ବୁକିଂ କରିବେ ସେମାନେ ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଜମି କିଣାବିକା ପାଇଁ ସୁଯୋଗ ପାଇବାର ବ୍ୟବସ୍ଥା ଅଛି। ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟହ ଜଗତ୍‌ସିଂହପୁର ଜିଲା ସବରେଜିଷ୍ଟ୍ରାର (ଡିଏସ୍‌ଆର୍‌)ଙ୍କ କାର୍ଯ୍ୟାଳୟରେ ଅତିବେଶିରେ ୧୫/୨୦ଟି ଦଲିଲ (କବଲା) ପଞ୍ଜୀକରଣ ହୋଇପାରୁଛି।
ମାତ୍ର ଦୁଃଖର କଥା ହେଲା, ଏହି ସ୍ଲଟ୍‌ ମାଗଣା ପାଇବା ସୁବିଧା ଥିଲେ ସୁଦ୍ଧା ଅର୍ଥ ଦେଇ କିଣିବାକୁ ଲୋକେ ବାଧ୍ୟ ହେଉଛନ୍ତି। ଏହାଦ୍ୱାରା ଦଲାଲମାନଙ୍କ ହାତ ଚିକ୍କଣ ହେଉଥିବାବେଳେ ଲୋକେ କ୍ଷତିରେ ପଡ଼ୁଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ଅଭିଯୋଗରେ କହିଛନ୍ତି, ପ୍ରତ୍ୟହ ଆଇଜିଆର୍‌ ପକ୍ଷରୁ ଏହି ପୋର୍ଟାଲରେ ରାତି ୧୨ଟାରୁ ଭୋର ମଧ୍ୟରେ ସ୍ଲଟ୍‌ ଛଡ଼ା ଯାଇଥାଏ। ଯେହେତୁ ଏ ସମ୍ପର୍କରେ ଅନେକେ ଜାଣନ୍ତି ନାହିଁ ତାର ଭରପୂର ସୁଯୋଗ ନେଇଥାନ୍ତି ଦଲାଲ। ଦଲାଲମାନେ ସ୍ଲଟ୍‌ ଆସିବା ସମୟକୁ ଅପେକ୍ଷା କରି ରହିଥାନ୍ତି। ଯେତେବେଳେ ଆଇଜିଆର୍‌ ପୋର୍ଟାଲରେ ସ୍ଲଟ୍‌ ଉପଲବ୍ଧ ହୁଏ ସେମାନେ ଏହା ସରିବା ପର୍ଯ୍ୟନ୍ତ ତତ୍କାଳ ଗୋଟାଏ ପରେ ଗୋଟାଏ ବୁକିଂ କରି ଚାଲିଥାନ୍ତି। ଆଉ ଖୁବ କମ ସମୟ ମଧ୍ୟରେ ଅର୍ଥାତ୍‌ ମାତ୍ର ୫/୧୦ ମିନିଟ୍‌ ଭିତରେ ଦିନକର ସମସ୍ତ ସ୍ଲଟ୍‌ ବୁକିଂ ହୋଇ ଯାଇଥାଏ। ଏହାପରେ ଆଉ ଯେଉଁମାନେ ସ୍ଲଟ୍‌ ବୁକିଂ କରିବାକୁ ଚାହିଁଲେ ମଧ୍ୟ ସମ୍ଭବ ହୋଇ ନ ଥାଏ। ଏହି ପ୍ରକ୍ରିୟାରେ ପାଖାପାଖି ୮/୧୦ ଦିନ ପର୍ଯ୍ୟନ୍ତ ସ୍ଲଟ୍‌ ବୁକିଂ ହୋଇଯାଉଥିବାରୁ ଅନେକଙ୍କ ପାଇଁ ଅସୁବିଧା ହୁଏ। ଯେହେତୁ ଜମି କିଣିବା ପାଇଁ ଲୋକଙ୍କ ଭିତରେ ବ୍ୟାକୁଳତା ଥାଏ ଏବଂ ଅଧିକ ବିଳମ୍ବ କରିବାକୁ ଅନେକ ଚାହାନ୍ତି ନାହିଁ, ତେଣୁ ବ୍ଲାକ୍‌ରେ ଦଲାଲଙ୍କଠାରୁ ସ୍ଲଟ୍‌ କିଣିବାକୁ ଚେଷ୍ଟା କରିଥାନ୍ତି। ଦଲାଲମାନେ ଏହାର ସୁଯୋଗରେ ସ୍ଲଟ୍‌ ପିଛା ୪୦୦/୫୦୦ ଟଙ୍କା ଲେଖାଏଁ ଦାବି କରିଥାନ୍ତି। ଏଥିଯୋଗୁ ଜଣକା (ଦଲାଲ) ଭଲ ଦି ପଇସା ପାଇଥାନ୍ତି। କିନ୍ତୁ ଦୁଃଖର କଥା ହେଲା ଅନେକ ସମୟରେ ଦଲାଲମାନେ ମଧ୍ୟ ଲୋକଙ୍କ ସହ ଖେଳ ଖେଳିବାକୁ ପଛାନ୍ତି ନାହିଁ। ସ୍ଲଟ୍‌ ଦେବା ପାଇଁ ଦିନ ସ୍ଥିର କରିବା ପରେ ନିରାଶ କରିଥାନ୍ତି। ଏଥିଯୋଗୁ ଦୂରଦୂରାନ୍ତରୁ ଆସୁଥିବା ଅନେକ ଲୋକ ଶାରୀରିକ, ମାନସିକ କଷ୍ଟ ପାଇବା ସହ ଖର୍ଚ୍ଚାନ୍ତ ହୋଇଥାନ୍ତି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଡିଏସ୍‌ଆର୍‌ ବନମାଳୀ ସେଠୀଙ୍କ ସହ ଯୋଗାଯୋଗ କରିବାରୁ ଏହା ତାଙ୍କ ପରିସରଭୁକ୍ତ ନୁହେଁ। କାରଣ ଆଇଜିଆର୍‌ ପୋର୍ଟାଲରେ ସ୍ଲଟ୍‌ ବୁକିଂ କରିବାକୁ ପଡୁଥିବାରୁ ସେଥିରେ କେହି କିଛି କରିବାର ନାହିଁ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଦଲାଲମାନେ ପ୍ରଥମେ ନିଜ ନାଁରେ ସ୍ଲଟ୍‌ ବୁକିଂ କରିଥାନ୍ତି। ଏହି ସମୟରେ ମୋବାଇଲ ନମ୍ବର ଦେବା ବାଧ୍ୟତାମୂଳକ। କାରଣ ବୁକିଂ ପୂର୍ବରୁ ଓଟିପି ଉକ୍ତ ମୋବାଇଲ ନମ୍ବରକୁ ଯାଇଥାଏ। ଯେତେବେଳେ କେହି ନିର୍ଦ୍ଦିଷ୍ଟ ଦିନ ପାଇଁ ଆବଶ୍ୟକ ସଂଖ୍ୟକ ସ୍ଲଟ୍‌ କିଣିବାକୁ ଚାହିଁଥାନ୍ତି ସେତେବେଳେ ଦଲାଲ ପ୍ରଥମେ ଟଙ୍କା ସହ କ୍ରୋତା ଓ ବିକ୍ରେତାଙ୍କ ଆଧାର କିମ୍ବା ପ୍ୟାନ୍‌ କାର୍ଡର ନକଲ ରଖିଥାନ୍ତି। କାରଣ ଏହି ଆଧାର କିମ୍ବା ପ୍ୟାନ୍‌ ନମ୍ବର ବୁକିଂ ପାଇଁ ଆବଶ୍ୟକ ପଡିଥାଏ। ଏହାପରେ ଦଲାଲ ନିଜ ନାଁରେ ରଖିଥିବା ସ୍ଲଟ୍‌ ଉପଯୁକ୍ତ ସମୟରେ କ୍ୟାନସଲ୍‌ (ବାତିଲ) କରିଥାନ୍ତି। ତା’ପରେ କାଳେ କିଏ ଏହି ସ୍ଲଟ୍‌ଟି ହାତେଇ ନେବ ତେଣୁ ସମୟ ବିଳମ୍ବ ନ କରି ତତ୍କାଳ ନୂଆ ଲୋକଙ୍କ ନାଁରେ ସ୍ଲଟ୍‌ ବୁକିଂ କରିିଦେଇଥାନ୍ତି। ଏହି ମାଧ୍ୟମରେ ଦଲାଲମାନେ ଅର୍ଥ ରୋଜଗାର କରି ଚାଲିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଗାଧୋଇବାକୁ ଯାଇଥିଲେ, ମାଡ଼ିଆସିଲା ପ୍ରଖର ସ୍ରୋତ: ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୫।୯(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ଗ୍ରାମରେ ବୁଧବାର ଜଣେ ଯୁବକଙ୍କ ଋଷିକୂଲ୍ୟା ନଦୀରେ ବୁଡି ମୃତ୍ୟୁ ଘଟିଛି। ମୃତକ...

ଧରିତ୍ରୀ ପ୍ରତିନିଧିଙ୍କ ଅକାଳ ବିୟୋଗ

ଅନୁଗୋଳ,୨୫।୯: ଧରିତ୍ରୀର ଅନୁଗୋଳ ଜିଲା କଣିହାଁ ବ୍ଲକ ପ୍ରତିନିଧି ସଚିଦାନନ୍ଦ ପ୍ରଧାନଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୩ ବବର୍ଷ ବୟସ ହୋଇଥିଲା। ହଠାତ...

ସୁସ୍ମିତାଙ୍କ ଚିକିତ୍ସାକୁ ନେଇ ବଢ଼ିଲା ଆଶା: ସହାୟତା ପାଇଁ ଆଗେଇ ଆସିଲା ଜିଲା ପ୍ରଶାସନ

ଦାରିଙ୍ଗବାଡି, ୨୪।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗୌଡ଼ ସାହିର ଯୁକ୍ତ ଦୁଇ ଛାତ୍ରୀ ସୁସ୍ମିତା ଗୌଡ଼ଙ୍କ ଦୁର୍ଘଟଣାରେ ଦୁଇଟି ଗୋଡ଼ ଭାଙ୍ଗିଯାଇ ଥିବାବେଳେ ତାଙ୍କର...

ୟୁଜର୍ସ ଫି’ କେଳେଙ୍କାରୀରେ ବଡ଼ବଡ଼ିଆଙ୍କ ହାତ: ପୌରାଧ୍ୟକ୍ଷାଙ୍କ ଦାବି ପରେ କାର୍ଯ୍ୟାନୁଷ୍ଠାନ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦରେ ୟୁଜର୍ସ ଫି’ କେଳେଙ୍କାରୀ ହଇଚଇ ସୃଷ୍ଟି କରିଛି। ବିଭାଗୀୟ କର୍ମଚାରୀମାନେ ୟୁଜର୍ସ ଫି’ ଅସୁଲି ପାଇଁ ଉଦ୍ଦିଷ୍ଟ ରସିଦ୍‌ ବହିକୁ...

ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଗୁରୁତ୍ୱ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଭଟଲି ବିଧାୟକ ଇରାଶିଷ ଆଚ୍ଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀ ବିକାଶ କମିଟି ବୈଠକ ଅନୁଷ୍ଠିତ ହୋଇଛି।...

ଖଣି ଅଧିକାରୀଙ୍କୁ ପିଟିଲେ ବାଲି ମାଫିଆ: ଟାଉନ ଥାନାରେ ଏତଲା

କୋରାପୁଟ,୨୫।୯(ଅମିତାଭ ବେହେରା): କୋରାପୁଟରେ ବୁଧବାର ସକାଳୁ କୋରାପୁଟ ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ସମୁଖରେ ନବରଙ୍ଗପୁର ପୁର ଅଂଚଳରୁ ଆସୁଥିବା ବାଲି ବୋଝେଇ ଟିପ୍ସରଗୁଡିକୁ ଖଣି ଅଧିକାରୀ...

ଗାଁରେ ବିଲୁଆ ଆତଙ୍କ: ଲୋକଙ୍କୁ କଲା ଲହୁଲୁହାଣ

ପୋଲସରା,୨୫।୯:ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ପଞ୍ଚାୟତରେ କିଛି ବିଲୁଆଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଗାଁରେ ବିଲୁଆ ପଶି ଅନେକ ଲୋକଙ୍କୁ ଆକ୍ରମଣ କରିଛି। ଉକ୍ତ ପଞ୍ଚାୟତର...

ହାତରେ କୋଦାଳ ଧରି ପୋଖରୀ ସଫା କଲେ ଶିକ୍ଷା ମନ୍ତ୍ରୀ

ନବରଙ୍ଗପୁର,୨୫।୯(ସଦାଶିବ ପ୍ରହରାଜ): ହାତରେ କୋଦାଳ ଧରି ସଚ୍ଛତା ଅଭିଯାନରେ ଅଗ୍ରସର ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri