ମନମୁଖି ଯୋଗୁ ମନ୍ଥର

ବଇଣ୍ଡା,୯ା୬(ଡି.ଏନ.ଏ.): ଅନୁଗୋଳ ଜିଲା ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ କାର୍ଯ୍ୟରେ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ। ବାରମ୍ବାର ଠିକା ସଂସ୍ଥା ବଦଳାଯାଉଛି। ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରାଯିବ ବୋଲି କୁହାଯାଉଛି। ହେଲେ ସମ୍ପ୍ରସାରଣ କାମ ତ ଦୂରର କଥା ଡ୍ରେନ୍‌, ଓଭରବ୍ରିଜ୍‌ ନିର୍ମାଣ ମଧ୍ୟ ଶେଷ ହୋଇପାରୁ ନାହିଁ। ଏପରି କି ଗାଡ଼ି ଚଳାଚଳ ପାଇଁ କରାଯାଇଥିବା ଅସ୍ଥାୟୀ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଥିଲେ ବି ଏଥିପ୍ରତି ଆବଶ୍ୟକ ଦୃଷ୍ଟି ଦିଆଯାଉ ନାହିଁ। ଏହାକୁ ନେଇ ହଣ୍ଡପା ଗ୍ରାମବାସୀ ଅନୁଗୋଳ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଗ୍ରାମବାସୀ ଦର୍ଶାଇଛନ୍ତି, କିଶୋରନଗର ବ୍ଲକର ହଣ୍ଡପା, ବଇଣ୍ଡା, ନାକିଚି, ବାମୁର ଅଞ୍ଚଳରେ ରାଜପଥ ନିର୍ମାଣ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ବଇଣ୍ଡା, ବାମୁରଠାରେ ଫ୍ଲାଏ ଓଭର ବ୍ରିଜ୍‌ କାମ ମାତ୍ର ୩୦ ପ୍ରତିଶତ ମଧ୍ୟ ସରିନାହିଁ। ଡ୍ରେନ ନିର୍ମାଣ ଆଗଉ ନ ଥିବା ଯୋଗୁ ଗ୍ରାମବାସୀ ଘରକୁ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାମାନ୍ୟ ବର୍ଷା ହେଲେ ନିକଟରେ ଥିବା ପାହାଡ଼ରୁ ବହି ଆସୁଥିବା ପାଣି ଡ୍ରେନରେ ନ ଯାଇ ଲୋକଙ୍କ ଘରେ ପଶିଯାଉଛି। ଠିକାସଂସ୍ଥା କର୍ମଚାରୀ ମନମୁଖି ଭାବେ କାମ କରୁଥିବା ଯୋଗୁ ରାସ୍ତା କିମ୍ବା ଡ୍ରେନ କାମ ଶୀଘ୍ର ସରିପାରୁ ନାହିଁ। ରାସ୍ତାର ଅନେକ ସ୍ଥାନରେ ପାଣି ଜମି ରହୁଥିବା ବେଳେ କାଦୁଅ ଯୋଗୁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ହଣ୍ଡପା ଗ୍ରାମକୁ ଯାଇଥିବା ରାସ୍ତାକୁ ଖୋଳି ଦିଆଯାଇଥିବା ବେଳେ କଂକ୍ରିଟ କାମ ସମ୍ପୂର୍ଣ୍ଣ ସରୁ ନ ଥିବା ଯୋଗୁ ଯାତାୟାତରେ ଅସୁବିଧା ହେଉଛି। ସାମାନ୍ୟ ବର୍ଷା ହେଲେ ପାଣି ଜମି ରହୁଛି। ଜାତୀୟ ରାଜପଥ ବିଭାଗର ଅଧିକାରୀମାନେ ଠିକ୍‌ ଭାବରେ କାର୍ଯ୍ୟ ତଦାରଖ କରୁ ନ ଥିବା ଯୋଗୁ ଠିକାସଂସ୍ଥା ଏପରି ବିଳମ୍ବ କରୁଥିବା ବଇଣ୍ଡା ବିକାଶ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି। ନିର୍ମାଣ କାର୍ଯ୍ୟ ଯେତିକି ବିଳମ୍ବ ହେଉଛି, ଅଞ୍ଚଳର ବିକାଶ ସେତିକି ବାଧାପ୍ରାପ୍ତ ହେଉଛି। ବିଶେଷକରି ବଇଣ୍ଡା ବଜାରର ବ୍ୟବସାୟୀମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷ ବର୍ଷ ଧରି କାମ ସରୁ ନ ଥିବାରୁ ବ୍ୟବସାୟ ବାଧାପ୍ରାପ୍ତ ହେଉଛି। ଉଠା ଦୋକାନୀ ଥଇଥାନ ହୋଇପାରୁ ନାହାନ୍ତି। ସରକାରୀ କାର୍ଯ୍ୟାଳୟଗୁଡ଼ିକର ନୂତନ କୋଠା ନିର୍ମାଣ କରାଯାଉ ନ ଥିବାରୁ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ତୁରନ୍ତ ଏଥିପ୍ରତି ଅନୁଗୋଳ ଜିଲାପାଳ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି। ଏ ନେଇ ଠିକାସଂସ୍ଥାର ପରିଚାଳକ ଏ. ଛତ୍ରିଆଙ୍କୁ ଯୋଗାଯୋଗ କରିବାରୁ କୌଣସି ଉତ୍ତର ନ ଦେଇ ପ୍ରସଙ୍ଗଙ୍କୁ ଏଡାଇ ଯାଇଥିଲେ।

ନାକିଚିରେ ଅଧାରୁ କାମ ବନ୍ଦ
୫୫ ନମ୍ବର ଜାତୀୟ ରାଜପଥ କାମ ବିଳମ୍ବ ହେଉଥିବା ଯୋଗୁ ବହୁ ଅସୁବିଧା ସୃଷ୍ଟି ହେଉଛି। ବିଶେଷକରି ନାକିଚି ଅଞ୍ଚଳରେ କିଛି ମାସ ହେବ ଠିକାସଂସ୍ଥା କାମ ଅଧାରୁ ବନ୍ଦ କରି ଦେଇଥିବାରୁ ଯାତାୟାତ ନେଇ ବ୍ୟବସାୟୀ, ଜନସାଧାରଣ ହଇରାଣ ହେଉଛନ୍ତି।
-ଗରକି ଦେଓ, ନାକିଚି
ଅସ୍ଥାୟୀ ରାସ୍ତା ଶୋଚନୀୟ
ଜାମୁନାଳୀରୁ ବାମୁର ପର୍ଯ୍ୟନ୍ତ ରାସ୍ତା କାମ ଶେଷ ହେଉନାହିଁ। ଅନେକ ଅସ୍ଥାୟୀ ରାସ୍ତା ମଧ୍ୟ ଶୋଚନୀୟ ହୋଇପଡିଛି। ଠିକାସଂସ୍ଥା ପକ୍ଷରୁ ଦ୍ରୁତଗତିରେ କାମ କରାଯାଉ ନାହିଁ। ଅନେକ ସ୍ଥାନରେ ରାସ୍ତା ଫାଟି ଗଲାଣି। ଫଳରେ ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
-ଯୁଗଳ ପ୍ରଧାନ, ଜାମୁନାଳୀ
ହୀନସ୍ତା ହେଉଛନ୍ତି ବ୍ୟବସାୟୀ
ଉଚ୍ଛେଦର ୫ ବର୍ଷ ପରେ ମଧ୍ୟ ବଇଣ୍ଡାରେ ରାସ୍ତା କାମ ସରିପାରୁନାହିଁ। ଫଳରେ ବଇଣ୍ଡା ବଜାରର ବ୍ୟବସାୟୀମାନେ ବହୁ ହୀନସ୍ତା ହେଉଛନ୍ତି। ଫ୍ଲାଏ ଓଭର ବ୍ରିଜ୍‌ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ବେଳେ କେବେ କାମ ସରିବ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
-ରମାକାନ୍ତ ବେହେରା, ବଇଣ୍ଡା
ଶେଷ ହେଉନି ଡ୍ରେନ୍‌ ନିର୍ମାଣ
ହଣ୍ଡପା ଅଞ୍ଚଳରେ ଡ୍ରେନ କାମ ଶେଷ କରାଯାଉ ନାହିଁ। ଏ ପରିକି ବଇଣ୍ଡା ଛକ ପାଖରେ କଂକ୍ରିଟକରଣ କରାଯାଉ ନ ଥିବା ଯୋଗୁ ଅଞ୍ଚଳବାସୀ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାମାନ୍ୟ ବର୍ଷା ହେଲେ ପାଣି ଜମିରହୁଛି। ହଣ୍ଡପାବାସୀ ହଇରାଣ ହେଉଛନ୍ତି।
-ଲଲିତ କୁମାର ସାହୁ, ବିଡିସିଙ୍ଗି


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ଙ୍କୁ ‘ସୁପ୍ରିମ’ ଝଟ୍‌କା: ନିଷ୍ପତ୍ତି ଉପରେ ଲାଗିଲା ରୋକ

ଓ୍ବାଶିଂଟନ,୧୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟରୁ ଏକ ଝଟକା ଲାଗିଛି। ଜନ୍ମରୁ ନାଗରିକତା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ କୋର୍ଟ...

ମାଲେସିଆ ବୁଲିବେ ଓଡ଼ିଶା ଚାଷୀ

ଭୁବନେଶ୍ୱର,୧୮।୪: ଓଡ଼ିଶା କୃଷି ବିଭାଗ ପକ୍ଷରୁ ଶୁକ୍ରବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଶୁକ୍ରବାରଠାରୁ ୭ ଦିନିଆ ମାଲେସିଆ ଗସ୍ତରେ ଯାଇ କୃଷି ଭିତ୍ତିକ ଶିଳ୍ପ...

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ଆନନ୍ଦପୁର,୧୮ା୪(ସୁଶାନ୍ତ କୁମାର ସାହୁ): ଚକ୍ରତୀର୍ଥରୁ ନିଜ ଘର ପୁରୁଣାଘାଟି ଫେରୁଥିବା ସମୟରେ କିଷାନ ପ୍ରଧାନ ନାମକ ଜଣେ ଯୁବକ କୁସବଣୀ ଛକ ନିକଟରେ ବାଇକ୍‌ ସ୍ଲିପ୍‌...

‘ବିଶ୍ୱରେ ତାଙ୍କ ପରି କେହି ନାହିଁ, ୧୦୦ ପ୍ରତିଶତ ହେବ ଚୁକ୍ତି’, Giorgia Meloniଙ୍କୁ ଭେଟିବା ପରେ ଟ୍ରମ୍ପ କହିଲେ…

ଓ୍ବାଶିଂଟନ,୧୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଭେଟିଥିଲେ, ଯିଏ ଗୁରୁବାର ଶୁଳ୍କ ଯୁଦ୍ଧ ମଧ୍ୟରେ ହ୍ବାଇଟ ହାଉସର ଏକ ସରକାରୀ...

ମୁର୍ଶିଦାବାଦ ହିଂସାକୁ ନେଇ ଜ୍ଞାନ ଦେଉଥିଲା Bangladesh ଭାରତ କହିଲା, ପ୍ରଥମେ ନିଜ ଘର ସମ୍ଭାଳ

ନୂଆଦିଲ୍ଲୀ,୧୮।୪: ପଶ୍ଚିମବଙ୍ଗରେ ୱକଫ ଆଇନକୁ ନେଇ ହିଂସା ଉପରେ Bangladeshର ମନ୍ତବ୍ୟକୁ ଭାରତ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି। ଭାରତ କହିଛି ଯେ ଏହି ମନ୍ତବ୍ୟ...

Houthi ବିଦ୍ରୋହୀଙ୍କ ଉପରେ ପୁଣି ଆମେରିକା ସେନାର ଆକ୍ରମଣ, ବୋମା ମାଡରେ ୩୮ ମୃତ, ୧୦୨ ଆହତ

ଦୁବଇ,୧୮।୪: ୟେମେନର Houthi ବିଦ୍ରୋହୀମାନେ ଦାବି କରିଛନ୍ତି ଯେ ଆମେରିକା ରାସ ଇସା ତୈଳ ବନ୍ଦର ଉପରେ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ଅତି...

Top 5 Cyclone In Odisha: ଓଡ଼ିଶାବାସୀଙ୍କୁ ଥରାଇ ଦେଇଥିଲା ଏହି ୫ ବାତ୍ୟା,ଆଜି ବି ମନେପଡ଼େ ସେହି କରାଳ ରୂପ…

ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ। ଫଳରେ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟାର ପ୍ରଭାବରେ ବାରମ୍ବାର କ୍ଷତିଗ୍ରସ୍ତ ହୋଇଛି। ଓଡ଼ିଶା ଇତିହାସରେ ଅନେକ ବାତ୍ୟା ଭୟଙ୍କର କ୍ଷୟକ୍ଷତି...

ପାକିସ୍ତାନକୁ ନାଲି ଆଖି ଦେଖାଇଲା ବାଂଲାଦେଶ! କହିଲା କ୍ଷମା ମାଗୁ ପାକିସ୍ତାନ, ଜାଣନ୍ତୁ Yunusଙ୍କ ପ୍ଲାନ

ଢାକା,୧୮।୪: ୧୯୭୧ ମସିହାର ମୁକ୍ତି ଯୁଦ୍ଧ ସମୟରେ ପାକିସ୍ତାନୀ ସେନା ଦ୍ୱାରା ବଙ୍ଗାଳୀମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ପାଇଁ ବାଂଲାଦେଶ ପାକିସ୍ତାନକୁ ଆନୁଷ୍ଠାନିକ ଭାବରେ କ୍ଷମା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image