ଝାଟିମାଟି ଘରେ ରହୁଥିବା ମହିଳାଙ୍କ ବିଲ୍‌ ଆସିଲା ୬୨ ହଜାର ଟଙ୍କା, ଆଉ ତା ପରେ..

ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳରେ ରହୁଥିବା ଜଣେ ଗରିବ ମହିଳାଙ୍କ ବିଜୁଳି ବିଲ୍‌ ଆସିଛି ୬୨ହଜାର ଟଙ୍କା। ଏହାଦେଖି ମହିଳା ଚକିତ ହୋଇଯାଇଥିଲେ। କାରଣ କଷ୍ଟରେ ଗୁଜରାଣ ମେଣ୍ଟାଉଛନ୍ତି ସେ । ଏଭଳି ସ୍ଥିତିରେ ଏତେ ଟଙ୍କା କିଭଳି ପୈଠ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ଏପରିକି ସେ ସହାୟତା ମାଗିଥିବା ଚର୍ଚ୍ଚା ହେଉଛି।

ମହିଳାଜଣଙ୍କ ହେଉଛନ୍ତି ପ୍ରେମିଳା ଗିରି। ସେ ଇନ୍ଦିରା ନଗର ଅଞ୍ଚଳରେ ଏକ ଝାଟିମାଟି ଘରେ ରୁହନ୍ତି। ଯେଉଁଠି ଗୋଟିଏ ବଲ୍‌ ଏବଂ ପଙ୍ଖା , ଟିଭି ସେ ଲଗାଇଛନ୍ତି। ମାତ୍ର ଏତିକିରେ ବିଦ୍ୟୁତ୍‌ ବିଲ୍‌ ଆସିଛି ୬୨ ହଜାର ଟଙ୍କା। ଏନେଇ ସେ ବିଦ୍ୟୁତ୍‌ ବିଭାଗରେ ଅଭିଯୋଗ କରିଥିଲେ। ହେଲେ ପ୍ରଥମେ ଟଙ୍କା ପୈଠ କରିବା ପରେ ଅଭିଯୋଗ ଗ୍ରହଣ କରାଯିବ ବୋଲି ସେମାନେ କହିଥିଲେ। ଶେଷରେ ମହିଳାଜଣଙ୍କ ସ୍ଥାନୀୟ ନେତାଙ୍କୁ ଏ ବିଷୟରେ ଜଣାଇଥିଲେ। ସେଠାରୁ ଲେଖା ମିଳିବା ପରେ ବିଦ୍ୟୁତ ବିଭାଗ ତତ୍ପର ହୋଇ ପଡ଼ିଥିଲା। ଘରେ ଲାଗିଥିବା ମିଟର ଖରାପ ଥିବା ଯୋଗୁ ଏଭଳି ହୋଇଥିବା ଜଣାପଡ଼ିଥିଲା।

Share