ରେଙ୍ଗାଲିରେ ଅଟକିବ ‘ସମଲେଶ୍ୱରୀ’, ଲୋଇସିଂହା, ମୁରିବାହାଲରେ ‘ପୁରୀ-ଦୁର୍ଗ ଏକ୍ସପ୍ରେସ୍‌’

ଭୁବନେଶ୍ୱର,୨୯।୨(ଅନୁରାଧା ମହାରଣା)ସମଲେଶ୍ୱରୀ ଏକ୍ସପ୍ରେସ୍‌ ଏବଂ ପୁରୀ ଦୁର୍ଗ ଏକ୍ସପ୍ରେସ୍‌ ପରୀକ୍ଷାମୂଳକ ଭାବେ ନିର୍ଦ୍ଧାରିତ ଷ୍ଟେଶନରେ ରହଣି କରିବ। ୧୮୦୦୫ ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ୍‌ ଗୁରୁବାରଠାରୁ ଏବଂ ୧୮୦୦୬ ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ୨୯ ତାରିଖରୁ ରେଙ୍ଗାଲି ଷ୍ଟେଶନରେ ଅଟକିବ। ହାଓଡ଼ାରୁ ଛାଡୁଥିବା ସମଲେଶ୍ୱରୀ ଏକ୍ସପ୍ରେସ ରେଙ୍ଗାଲିରେ ସକାଳ ୮ଟା ୩୬ରେ ପହଞ୍ଚତ୍ ୮ଟା ୩୮ରେ ଜଗଦଳପୁର ଅଭିମୁଖେ ଯାତ୍ରା କରିବ। ସେହିଭଳି ଜଗଦଲପୁରରୁ ଛାଡୁଥିବା ଏହି ଟ୍ରେନ ରେଙ୍ଗାଲିରେ ସା ୬ଟା ୫୫ରେ ପହଞ୍ଚତ୍ ୬ ଟା ୫୭ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ। ସେହିପରି ପୁରୀରୁ ମାର୍ଚ୍ଚ ୧ରୁ ଏବଂ ଦୁର୍ଗରୁ ୨ ମାର୍ଚ୍ଚରୁ ଛାଡୁଥିବା ୧୮୪୨୫/୧୮୪୨୬ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ୍‌ ଲୋଇସିଂହା ଏବଂ ମୁରିବାହାଲ ଷ୍ଟେଶନରେ ରହଣି କରିବ। ପୁରୀରୁ ଛାଡୁଥିବା ୧୮୪୨୫ ପୁରୀ- ଦୁର୍ଗ ଏକ୍ସପ୍ରେସ୍‌ ଲୋଇସିଂହାରେ ଭୋର୍‌ ୩ଟା ୫୮ରେ ପହଞ୍ଚତ୍ ଭୋର ୪ଟାରେ ଛାଡ଼ିବ। ଏହି ଟ୍ରେନ ମୁରିବାହାଲରେ ଭୋର୍‌ ୬ଟା ୧୦ରେ ପହଞ୍ଚତ୍ ଭୋର ୬ଟା ୧୨ରେ ଦୁର୍ଗ ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଦୁର୍ଗରୁ ଛାଡୁଥିବା ୧୮୪୨୬ ଦୁର୍ଗ-ପୁରୀ ଏକ୍ସପ୍ରେସ୍‌ ରାତି ୮ଟା ୨୫ରେ ମୁରିବାହାଲରେ ପହଞ୍ଚତ୍ ୮ଟା ୨୭ରେ ଛାଡିବ ଓ ରାତି ୧୦ଟା ୨୫ରେ ଲୋଇସିଂହାଠାରେ ପହଞ୍ଚତ୍ ରାତି ୧୦ଟା ୨୭ରେ ପୁରୀ ଅଭିମୁଖେ ଯାତ୍ରା କରିବ।

Share