କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘ ଦେଲା ୩ ଲକ୍ଷ

ଭୁବନେଶ୍ୱର,୧୨ା୬(ବ୍ୟୁରୋ): କରୋନା ମୁକାବିଲା ପାଇଁ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି(ସିଏମ୍‌ଆର୍‌ଏଫ୍‌)କୁ ୩ଲକ୍ଷ ଟଙ୍କା ଦାନ କରିଛି। ରାଜ୍ୟ ଲୋକସେବା ଭବନଠାରେ ସଂଘ ଅଧ୍ୟକ୍ଷ ଗୌରୀଶଙ୍କର ଦାଶ ଓ ସାଧାରଣ ସମ୍ପାଦକ ସାତ୍ତ୍ୱିକ ସ୍ବାଇଁ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଏବାବଦ ଚେକ୍‌ ପ୍ରଦାନ କରିଛନ୍ତି। ଏହି ଅବସରରେ ମହାପାତ୍ର ସଂଘ ସଦସ୍ୟ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇବା ସହ ନିଜ ଶିଳ୍ପାନୁଷ୍ଠାନ ତଥା ବ୍ୟକ୍ତିଗତ ସ୍ତରରେ କରୋନା ନିୟମ ଅନୁପାଳନ ଓ ସଚେତନତା କାର୍ଯ୍ୟ ଜାରି ରଖିବାକୁ ଅନୁରୋଧ କରିଛନ୍ତି। ସେହିପରି ସାଇ ଇଣ୍ଟରନ୍ୟାଶନାଲ ସ୍କୁଲର ୪ର୍ଥ ଶ୍ରେଣୀର ଛାତ୍ର ପୃଥ୍‌ବୀ ସାରଥୀ ରାଉତରାୟ ନିଜ ପକେଟ ଓ ଜନ୍ମଦିନ ଭୋଜି ଖର୍ଚ୍ଚରୁ ସଞ୍ଚୟ କରି ରାଜ୍ୟ କୋଭିଡ୍‌ ପରିଚାଳନା ପାଇଁ ୧୦,୩୫୧ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ମୁଖ୍ୟ ଶାସନ ସଚିବଙ୍କୁ ଚେକ୍‌ ପ୍ରଦାନ କରି ପୃଥ୍‌ବୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ପିଲାଙ୍କ ଚିକତ୍ସା ପାଇଁ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ କରୁଛନ୍ତି। ମୁଁ ମୋ ଜନ୍ମଦିନ ଭୋଜି ନ କରି ରିଲିଫ୍‌ ପାଣ୍ଠିକୁ ଦାନ କଲି।

Share