ବିଶ୍ୱର ସବୁଠାରୁ ଛୋଟ ଶିଶୁ ୭ମାସ ପରେ ଓଜନ ୩ କିଲୋ

ଟୋକିଓ,୧୯।୪: ବିଶ୍ୱର ସବୁଠାରୁ ଛୋଟ ଶିଶୁପୁତ୍ର ଗତବର୍ଷ ଅକ୍ଟୋବରରେ ଜାପାନରେ ଜନ୍ମଗ୍ରହଣ କରିଥିଲେ। ସେବେଠାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲୁଥିଲା। ଏବେ ସେ ବାହାର ଦୁନିଆକୁ ଆସିବାକୁ ପ୍ରସ୍ତୁତ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ଶୁକ୍ରବାର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ରୁସୁକେ ସେକିୟା ନାମକ ମହିଳା ଜରୁରୀକାଳୀନ ସିଜରିଆନ୍‌ ସେକ୍ସନ୍‌ ଜରିଆରେ ଗର୍ଭଧାରଣର ୨୪ ସପ୍ତାହ ୫ ଦିନ ମଧ୍ୟରେ ଉକ୍ତ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ତାଙ୍କ ମା’ ହାଇପରଟେନଶନର ଶିକାର ହୋଇଥିବାରୁ ସମୟ ପୂର୍ବରୁ ଉକ୍ତ ଶିଶୁଟିକୁ ଜନ୍ମ ଦେଇଥିଲେ। ଆଉ ଜନ୍ମ ବେଳକୁ ଶିଶୁର ଓଜନ ଥିଲା ୨୫୮ ଗ୍ରାମ୍‌ ଅର୍ଥାତ୍‌ ଗୋଟିଏ ସେଓର ଓଜନ ପାଖାପାଖି। ଏବେ କିନ୍ତୁ ଉପଯୁକ୍ତ ଚିକିତ୍ସା ପରେ ପିଲାଟିର ଓଜନ ୩ କିଲୋଗ୍ରାମ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ ଏବେ ସେ ସାଧାରଣ ଶିଶୁଙ୍କ ଭଳି ବାହାର ଦୁନିଆକୁ ଆସିପାରିବ ବୋଲି ମଧ୍ୟ ଡାକ୍ତର କହିଥିବାରୁ ପିତାମାତା ଆନନ୍ଦିତ ହୋଇଛନ୍ତି।

Share