ଘର ଉପରେ ଖସି ପଡ଼ିଲା ବିମାନ

ମିଲନ,୩।୧୦: ଇଟାଲିର ମିଲନ ସହରର ଏକ ଦୁଇ ମହଲା ବିଶିଷ୍ଟ କୋଠା ଉପରେ ରବିବାର ଖସି ପଡ଼ିଛି ଏକ ବେସରକାରୀ ବିମାନ। ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାଥମିକ ଭାବେ ବିମାନ ଚାଳକ ସମେତ ୬ଜଣଙ୍କ ମୃତ୍ୟୁ ଘଟିଥିବା ଲାପ୍ରେସେ ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଥିଲା। କିନ୍ତୁ ପରେ ଲାପ୍ରେସେ ଓ ଅନ୍ୟ ଗଣମାଧ୍ୟମ ପକ୍ଷରୁ କୁହାଯାଇଥିଲା ଯେ, ଦୁର୍ଘଟଣା ବେଳେ ବିମାନରେ ୮ ଜଣ ଯାତ୍ରୀ ଥିଲେ। ତେବେ ମୃତକଙ୍କ ସଂଖ୍ୟା ଅଗ୍ନିଶମ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।

ବିମାନ କୋଠାରେ ମାଡ଼ ହେବା କାରଣରୁ ପାର୍କିଂରେ ରଖାଯାଇଥିବା କାରରେ ନିଆଁ ଲାଗିଯାଇଥିଲା। ଫଳରେ ଦୁର୍ଘଟଣାସ୍ଥଳରୁ ବାହାରୁଥିବା କଳା ଧୂଆଁ କିଲୋମିଟର ଦୂରରୁ ଦେଖାଯାଉଛି।

Share