Categories: ଫୁରସତ

କ୍ୟାନ୍‌ସର ଚିହ୍ନଟ କରିବ କ୍ଷୁଦ୍ର ସର୍ଜିକାଲ ରୋବୋ

ଲଣ୍ଡନ: ବ୍ରିଟେନ୍‌ର ଲିଡ୍ସ ୟୁନିଭର୍ସିଟିର ଗବେଷକମାନେ ଏକ ଅତି କ୍ଷୁଦ୍ର ରୋବୋ ବିକଶିତ କରିଛନ୍ତି, ଯାହା ସାଧାରଣ ମାନର ଉପକରଣ ତୁଳନାରେ ଫୁସ୍‌ଫୁସ୍‌ର ୩୭ ପ୍ରତିଶତ ଭିତରକୁ ଯାଇପାରିବ ଓ କମ୍‌ କୋଷର କ୍ଷତି ଘଟାଇବ। ଏହି ରୋବୋ କ୍ୟାନ୍‌ସରର ପ୍ରଥମ ଲକ୍ଷଣ ଚିହ୍ନଟ କରିବାକୁ ସମର୍ଥ। ଚୁମ୍ବକ ଦ୍ୱାରା ନିୟନ୍ତ୍ରିତ ହେଉଥିବା ଏହି ଅଲ୍‌ଟ୍ରାସଫ୍ଟ ପତଳା ଉପକରଣର ବ୍ୟାସ ମାତ୍ର ୨ ମିଲିମିଟର। ଏହା ସବୁଠୁ କ୍ଷୁଦ୍ର ବ୍ରୋଞ୍ଚତ୍ଆଲ ଟ୍ୟୁବ୍‌ରେ ପହଞ୍ଚତ୍ପାରୁଥିବାରୁ ଫୁସ୍‌ଫୁସ୍‌ କ୍ୟାନ୍‌ସର ଚିକିତ୍ସାରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ଲିଡ୍ସ ୟୁନିଭର୍ସିଟିର ଷ୍ଟର୍ମ ଲାବ୍‌ର ବୈଜ୍ଞାନିକ,ଇଞ୍ଜିନିୟର ଏବଂ ଚିକିତ୍ସକମାନେ ଉକ୍ତ ରୋବୋକୁ ବିକଶିତ କରିଛନ୍ତି।

Share