Categories: ଫୁରସତ

ଛୋଟିଆ ଗାଁ ପରେ ହୋଇଥିଲା କାନାଡା ଦେଶ, ଜାଣନ୍ତୁ କ’ଣ ଥିଲା ନାମ…

ଭାରତ ସହ ବିବାଦକୁ ନେଇ ଚର୍ଚ୍ଚାରେ ରହିଛି କାନାଡା। ହେଲେ ବେଶ କମ୍‌ ଲୋକ ଏଭଳି ଅଛନ୍ତି ଯିଏ କି କାନାଡାର ଅତୀତ ବିଷୟରେ ଅବଗତ। ଏକଦା କାନାଡା ଏକ ଛୋଟ ଗାଁ ଥିଲା, ଯାହାର ନାଁ ରହିଥିଲା ‘ଷ୍ଟାଡାକୋନା’। ପରେ ଏହା ଦେଶରେ ପରିବର୍ତ୍ତିତ ହୋଇଥିଲା।

୧୫୩୫ ମସିହାରେ ‘ଷ୍ଟାଡାକୋନା’ ଗାଁକୁ ଦୁଇ ଆଦିବାସୀ ଯୁବକ ଠାବ କରିଥିଲେ। ସେମାନେ କାନାଟା ମାର୍ଗ ବିଷୟରେ ଫରାସୀ ଅନୁସନ୍ଧାନକାରୀ ଜ୍ୟାକ୍ସ କାର୍ଟିଅରଙ୍କୁ କହିଥିଲେ। ସେ ହିଁ ପ୍ରଥମେ ଏହାକୁ କାନାଡା ନାମ ଦେଇଥିଲେ।

କନାଟାରୁ କାନାଡା ଶବ୍ଦର ଉତ୍ପତ୍ତି ହୋଇଛି। କନାଟାର ଅର୍ଥ ଗୋଟିଏ ଗାଁ ଅଥବା ଗୋଟିଏ ବସ୍ତି। ୧୯୬୭ରେ ଗ୍ରେଟ୍‌ ବ୍ରିଟେ୍‌ନ୍‌ରୁ ଏହାକୁ ସ୍ବାଧୀନତା ମିଳିଥିଲା।

Share