Categories: ଫୁରସତ

ସବୁଠୁ ଛୋଟ ସାଇକେଲ

ସାଇକେଲ ତ ଜୀବନରେ ସମସ୍ତେ ଚଲାଇଥିବେ। ଏହାକୁ ଚଳାଇବା ଶରୀର ପାଇଁ ଯେମିତି ଉପକାରୀ ପରିବେଶ ପାଇଁ ମଧ୍ୟ ଏହା ସେତିକି ଉପକାରୀ। ସେଥିପାଇଁ ତ ସାଇକେଲ ଚଳାଇବାକୁ ଆଜିକାଲି ଅଧିକରୁ ଅଧିକ ପ୍ରୋତ୍ସାହିତ କରାଯାଉଛି। ଏହାକୁ ନଜରରେ ରଖି ସାଇକେଲ ବି ବିଭିନ୍ନ ପ୍ରକାରର ଉପଲବ୍ଧ ହେଉଛି। ତେବେ ଆମେ ଏଠାରେ ଯେଉଁ ସାଇକେଲ କଥା କହୁଛୁ ତାକୁ ଚଳାଇବା କଷ୍ଟକର ହେଇପାରେ କିନ୍ତୁ ତାକୁ ଚଳାଇବାକୁ ସମସ୍ତେ ଚାହିଁବେ। ଏହି ସାଇକେଲ ଏମିତିଆ ଯେ ଏହାକୁ ଯେକୌଣସି ସ୍ଥାନକୁ ବେଶ୍‌ ଆରାମରେ ଆପଣ ନିଜ ପକେଟ୍‌ରେ ବି ନେଇ ପାରିବେ। ଭାବୁଥିବେ ସାଇକେଲ କେମିତି ପକେଟ୍‌ରେ ରହିବ? ହେଲେ ଏଇ ସାଇକେଲଟି ରହିପାରିବ। କାରଣ ଏହା ହେଉଛି ପୃଥିବୀର ସବୁଠାରୁ ଛୋଟ ସାଇକେଲ। ଯାହାକି ହାତ ପାପୁଲିରେ ଆରାମରେ ରହିଯାଏ। ଭାବୁଥିବେ ଏହାକୁ ଚଳାଇ ହେଉ ନ ଥିବ। କିନ୍ତୁ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ। ଏହାକୁ ଜଣେ ମୋଟା ବ୍ୟକ୍ତି ବି ଚଳାଇପାରିବେ। କାରଣ ଛୋଟ ହେଲେ ବି ଏହା ବେଶ୍‌ ଷ୍ଟ୍ରଙ୍ଗ୍‌। ‘ବିଗ୍‌ ବୟ’ ନାମକ ଏହି କୁନି ସାଇକେଲକୁ ଦି କ୍ୟୁ ନାମକ କମ୍ପାନୀ ତିଆରି କରିଛି। ସାଧାରଣ ସାଇକେଲ ପରି ଏଥିରେ ବି ହ୍ୟାଣ୍ଡେଲ, ପ୍ୟାଡେଲ, ଦୁଇ ଚକକୁ ସଂଯୋଗ କରୁଥିବା ଚେନ୍‌ ଅଛି। ତେବେ ଏହାକୁ ଚଳାଇବାକୁ ହେଲେ ଜାକିଜୁକି ହୋଇ ବସି ଦୁଇ ଗୋଡକୁ ଏହାର ଦୁଇ ପ୍ୟାଡେଲରେ ସନ୍ତୁଳନ ରକ୍ଷା କରି ରଖି ଚଳାଇବାକୁ ହୁଏ।

Share