Categories: ବାଣିଜ୍ୟ

ପୂଜାରେ ‘ସ୍ମାର୍ଟ ବଜାର ଚଲିଏ’ କ୍ୟାମ୍ପେନ୍‌

ଭୁବନେଶ୍ୱର,୨୮।୧୦, (ଅନୁରାଧା ମହାରଣା): ପୂଜା ବଜାରରେ କିଣାକିଣିରେ ଗ୍ରାହକଙ୍କୁ ସ୍ବତନ୍ତ୍ର ଅନୁଭୂତି ଦେବା ପାଇଁ ସ୍ମାର୍ଟ ବଜାର ପକ୍ଷରୁ ସ୍ବତନ୍ତ୍ର ଅଫର ଘୋଷଣା ହୋଇଛି। ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ସ୍ମାର୍ଟ ବଜାରର ବ୍ରାଣ୍ଡ ଆମ୍ବାସାଡାର ରହିଥିବାବେଳେ ବ୍ରାଣ୍ଡ କ୍ୟାମ୍ପେନ୍‌ ‘ସ୍ମାର୍ଟ ବଜାର ଚଲିଏ’ ରଖାଯାଇଛି। ସ୍ମାର୍ଟ ବଜାରରେ ଗ୍ରୋସରୀ, ଘରକରଣା ସାମଗ୍ରୀ ପ୍ୟାକେଜଡ୍‌ ଫୁଡ୍‌, ପନିପରିବା, ଫଳ, ଦୁଗ୍ଧ ଜାତୀୟ ସାମଗ୍ରୀ, ଲଗେଜ ଆଦିଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଗୋଟିଏ ଛାତ ତଳେ ଉପଲବ୍ଧ ହେଉଥିବାରୁ ଗ୍ରାହକ ଏଠାରୁ କିଣାକିଣି କରିବାକୁ ପସନ୍ଦ କରୁଥିବା ସ୍ମାର୍ଟ ବଜାର ପକ୍ଷରୁ କୁହଯାଇଛି। ପାର୍ବଣ ସମୟରେୀ ସ୍ବତନ୍ତ୍ର ଅନୁଭୂତି ପାଇଁ ବନ୍ଦୋବସ୍ତ କରାଯାଇଥିଳେ ମଧ୍ୟ ବର୍ଷର ଯେକୌଣସି ସମୟରେ ଏହି ଷ୍ଟୋରରେ ସୁଲଭ ଦରରେ ସାମଗ୍ରୀ ମିଳିପାରେ ବୋଲି ଷ୍ଟୋର ପକ୍ଷରୁ ସୂଚନା ଦିଆଯାଇଛି। ୧୯୯୯ଟଙ୍କାର କ୍ରୟ ଉପରେ ୧କେଜି ଚିନି ମାତ୍ର ୯ ଟଙ୍କାରେ ପାଇପାରିବେ ବୋଲି ଘୋଷଣା କରାଯାଇଛି। ଏହା ବ୍ୟତୀତ ଷ୍ଟୋର ପକ୍ଷରୁ ଡ୍ରାଏଫ୍ରୁଟ୍‌ ଗିଫ୍ଟ ପ୍ୟାକେଟ୍‌, ୯୪୯ ଟଙ୍କାରେ ୫ କେଜି ଚାଉଳ ଏବଂ ୧ କେଜି ଚାଉଳର କମ୍ବୋ, ନନଷ୍ଟିକ୍‌ ଜିନିଷ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି, ୫୯୯୯ଟଙ୍କାରେ ୩ଟି ହାର୍ଡ ଟ୍ରଲି ଲଗେଜ ଭଳି ଅଫର ରଖାଯାଇଛି।

Share