ସ୍ମାର୍ଟ ଜିମ୍‌ ଗ୍ୟାଜେଟ୍ସ

ଆଜିକାଲି ନିଜକୁ ଫିଟ୍‌ ରଖିବା ଲାଗି ଅନେକେ ଜିମ୍‌ ଯିବା ସହ ଘରେ ବି ବିଭିନ୍ନ ଜିମ୍‌ ଗ୍ୟାଜେଟ୍‌ ବ୍ୟବହାର କରୁଛନ୍ତି। ତେବେ ଏକ୍ସରସାଇଜ୍‌ ମନିଟରିଂ କରିବା ସହ ଏଣ୍ଟରଟେନ୍‌ମେଣ୍ଟ ପାଇଁ ମ୍ୟୁଜିକ୍‌ ସୁବିଧା ଯୋଗାଇ ଦେଉଥିବା ସ୍ମାର୍ଟ ଜିମ୍‌ ଗ୍ୟାଜେଟ୍‌ର ବର୍ତ୍ତମାନ ବଢୁଛି ଡିମାଣ୍ଡ …

 

ଫିଟ୍‌ନେସ୍‌ ଟ୍ରାକର ବ୍ୟାଣ୍ଡ୍‌: ଏହି ବ୍ୟାଣ୍ଡ ଦିନକୁ କେତେ ଷ୍ଟେପ୍‌ ଚାଲିଲେ, କେତେ କ୍ୟାଲୋରି ବର୍ଣ୍ଣ କଲେ, ହାର୍ଟବିଟ୍‌ େ କତେ ଇତ୍ୟାଦି ସୂଚନା ଦେଇଥାଏ। କେବଳ ଏତିକି ନୁହେଁ, ଏଥିରେ ବ୍ୟାଟେରି ବ୍ୟାକ୍‌ଅପ୍‌ ଭଲ ଅର୍ଥାତ୍‌ ଚାର୍ଜ ୪ରୁ ୫ ଦିନ ପର୍ଯ୍ୟନ୍ତ ରହୁଥିବା ବେଳେ ୩୦୦ରୁ ଅଧିକ ଗୀତ ଷ୍ଟୋର କରି ରଖି ହେଉଥିବାରୁ ବର୍ତ୍ତମାନ ଅଧିକାଂଶ ଏହାକୁ ପସନ୍ଦ କରୁଛନ୍ତି। ଏହାକୁ ଜିପିଏସ୍‌ ସହ କନେକ୍ଟ କରି ନିଜର ଲୋକେଶନ୍‌ ସମ୍ପର୍କିତ ବିଭିନ୍ନ ତଥ୍ୟ ବି ଜାଣିପାରିବେ।
ବୋଫ୍ଲେକ୍ସ ଡମ୍‌ବେଲ୍‌: ଏହି ଡମ୍‌ବେଲ୍‌ ଫିଟ୍‌ନେସ୍‌ ଟ୍ରାକ୍‌ କରି ମୋବାଇଲ୍‌କୁ ଡାଟା ପଠାଇଥାଏ। ଏଥିରେ ୫ ପାଉଣ୍ଡରୁ ୬୦ ପାଉଣ୍ଡ ପର୍ଯ୍ୟନ୍ତ ଓଜନର ରିଙ୍ଗ୍‌ ଲାଗିଛି, ଯାହାକୁ ନିଜର ଆବଶ୍ୟକତା ଅନୁଯାୟୀ ଆଡ୍‌ଜଷ୍ଟ କରାଯାଇପାରୁଛି। ତେଣୁ ଏହି ସ୍ମାର୍ଟ ଡମ୍‌ବେଲ୍‌ ବ୍ୟବହାର କରିବା ଦ୍ୱାରା ପୂର୍ବଭଳି ଆଉ ଏକାଧିକ ଡମ୍‌ବେଲ୍‌ ରଖିବା ଆବଶ୍ୟକ ହେଉନାହିଁ। ତା’ଛଡା ଏହା ଫୋନ୍‌ ସହ ବ୍ଲୁଟୁଥ୍‌ରେ କନେକ୍ଟ ହୋଇପାରୁଥିବାରୁ ମ୍ୟୁଜିକ୍‌ ଶୁଣି ଶୁଣି ଏକ୍ସରସାଇଜ କରିବା ସହଜ ହୋଇଯାଇଛି।
ଯୋଗ ମ୍ୟାଟ: ବର୍ତ୍ତମାନ ମିଳୁଥିବା ବିଭିନ୍ନ ସ୍ମାର୍ଟ ଯୋଗ ମ୍ୟାଟକୁ ଏଭଳି ଡିଜାଇନ୍‌ କରାଯାଇଛି, ଯାହା ଉପରେ ବସି କିମ୍ବା ଶୋଇ ଯୋଗ କଲେ କହୁଣି, ଆଣ୍ଠୁ ଆଦି ଗଣ୍ଠି ସ୍ଥାନଗୁଡ଼ିକରେ ଆଦୌ ଚାପ ପଡ଼େନାହିଁ। ଏହା ଲଙ୍ଗ୍‌ ଲାଷ୍ଟିଙ୍ଗ୍‌ ଏବଂ ରୋଲ୍‌ କରି କ୍ୟାରି କରିବା ବି ଖୁବ୍‌ ସହଜ ହେଉଥିବାରୁ ଅନେକେ ଏହା ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ଏଥିରେ ମୋବାଇଲ୍‌ ଫୋନ୍‌ ସହ ବ୍ଳୁଟୁଥ୍‌ କନେକ୍ଟ ହେବାର ସ୍ପେଶାଲ୍‌ ଫିଚର ଫିଟ୍‌ନେସ୍‌ ମନିଟର କରିବାରେ ବେଶ୍‌ ସାହାଯ୍ୟ କରୁଛି।
ଥର୍ମୋସ୍‌ ସ୍ମାର୍ଟ ହାଇଡ୍ରେଶନ୍‌ ବଟଲ୍‌: ଏକ୍ସରସାଇଜ୍‌ ସମୟରେ ଶରୀରର ଜଳୀୟାଂଶ ଠିକ୍‌ ରହିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା। ଆଉ ଏଥିପ୍ରତି ନଜର ରଖିବା ଲାଗି ବର୍ତ୍ତମାନ ବେଶ୍‌ କାମରେ ଆସୁଛି ଥର୍ମୋସ୍‌ ସ୍ମାର୍ଟ ହାଇଡ୍ରେଶନ୍‌ ବଟଲ୍‌। ଏହା ଶରୀରକୁ କେବେ ଏବଂ କେତେ ମାତ୍ରାରେ ପାଣି ଆବଶ୍ୟକ ସୂଚାଇ ଦେବାରେ ସାହାଯ୍ୟ କରୁଛି।
ଫିଟ୍‌ନେସ୍‌ ମିରର୍‌: ଏହା ଏକ ଏଭଳି ଇଣ୍ଟରଆକ୍ଟିଭ୍‌ ମିରର୍‌ ଯେଉଁଥିରେ ଅନ୍‌ସ୍କ୍ରିନ୍‌ ଏକ୍ସରସାଇଜ୍‌ ଭିଡିଓ ସହିତ ଆପଣ ଠିକ୍‌ ଭାବେ ଏକ୍ସରସାଇଜ୍‌ କରୁଛନ୍ତି କି ନାହିଁ ସୂଚାଇଥାଏ। ଏହାର ବିଭିନ୍ନ ଲାଟେଷ୍ଟ ଫିଚର ପାଇଁ ବର୍ତ୍ତମାନ ଏଥିପ୍ରତି ଯୁବପିଢିଙ୍କ ଆଗ୍ରହ ବଢୁଥିବାର ଦେଖିବାକୁ ମିଳୁଛି।

Share