Categories: ଗଜପତି

ଗାତ ଖୋଳାରେ ଅଟକିଛି ସ୍ମାର୍ଟ ସ୍କୁଲ କାର୍ଯ୍ୟ

ଆର.ଉଦୟଗିରି,୧୨।୫(ଡି.ଏନ.ଏ.)-ଉନ୍ନତମାନର ପାଠାଗାର ସ୍ଥାପନ କରି ଶିକ୍ଷାର୍ଥିଙ୍କୁ ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ରାଜ୍ୟ ସରକାର ୫-ଟି ପଦ୍ଧତିରେ ଉଚ୍ଚ ବିଦ୍ୟାଳୟଗୁଡିକୁ ରୂପାନ୍ତରିତ କରୁଛନ୍ତି। ମୋହନା ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଶେଷ ହୋଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନଫରେନ୍ସରେ ଉଦଘାଟିତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ୧୭ଟି ବିଦ୍ୟାଳୟ ରୂପାନ୍ତରଣ ନିମନ୍ତେ ସରକାର ଅର୍ଥ ଯୋଗାଇଥିଲେ। ସେଥିରୁ କେତେକ ବିଦ୍ୟାଳୟ କାର୍ଯ୍ୟ ଶେଷ ସରିଥିବା ବେଳେ ଆଉ କେତେକ କାର୍ଯ୍ୟ ଚାଲିଛି। ହେଲେ ବ୍ଲକର କଟାମାସ୍ଥିତ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ଗାତ ଖୋଳାରେ ଅଟକି ରହିଛି। ଠିକାଦାର କାହିଁକି କାର୍ଯ୍ୟ କରୁନାହାନ୍ତି ତାହା କେହି କହିପାରୁନାହାନ୍ତି। ବିଭାଗୀୟ ଅଧିକାରୀ ତଥା କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଉକ୍ତ କାର୍ଯ୍ୟ ହେଉଥିଲେ ମଧ୍ୟ ବିଳମ୍ବ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।