ସ୍ମାର୍ଟ ସ୍କୁଲର ସ୍ମାର୍ଟ ରହସ୍ୟ

ଆମ ରାଜ୍ୟରେ ଦୀର୍ଘ ଚବିଶ ବର୍ଷ ନିରଙ୍କୁଶ କ୍ଷମତାରେ ଥିବା ସରକାର କ୍ଷମତାରୁ ହଟିଯିବା ପରେ ଏବେ ଦୁର୍ନୀତିର ଯେଉଁ ପେଡ଼ି ଖୋଲୁଛି ତନ୍ମଧ୍ୟରୁ ସ୍କୁଲ ରୂପାନ୍ତକରଣ ଅନ୍ୟତମ। ଏଥିରେ ହୋଇଥିବା ଦୁର୍ନୀତି ଓ ବାଟମାରଣାର ଅନେକ ତଥ୍ୟଭିତ୍ତିକ ସପ୍ରମାଣ ଖବର ପ୍ରକାଶ ପାଇଥିଲେ ମଧ୍ୟ ସରକାରୀ ନାଲିଆଖିରେ ତାହା ଚପି ଯାଇଥିଲା। କିନ୍ତୁ ଯଦି ସେଇ ରୂପାନ୍ତକରଣ ରାସ୍ତା ଅନୁସନ୍ଧାନ କରାଯାଏ, ତେବେ ଏହା ନିଶ୍ଚିତ ଅନେକ ଶହ କୋଟି ଟଙ୍କାର ଦୁର୍ନୀତି ପଦବାଚ୍ୟ ହେବ ଏହା ନିଃସନ୍ଦେହ। ଏଠାରେ ପ୍ରକାଶଯୋଗ୍ୟ ଯେ, ଦେଶର ଶିକ୍ଷା ପଦ୍ଧତିରେ ନିର୍ଦ୍ଧାରିତ ହାଇସ୍କୁଲ ପାଇଁ ୨୭ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ଜଣେ ଶିକ୍ଷକ ଆବଶ୍ୟକ ବେଳେ ଆମ ରାଜ୍ୟରେ ୪୦ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ଜଣେ ଶିକ୍ଷକ ଅଛନ୍ତି। ଦକ୍ଷ ଓ ଆବଶ୍ୟକ ଅନୁଯାୟୀ ଶିକ୍ଷକ ନ ଥିଲେ ଛାତ୍ରୀଛାତ୍ରଙ୍କ ଶିକ୍ଷାରେ ଅପୂରଣୀୟ କ୍ଷତି ହୋଇଥାଏ। ତାହାକୁ ଅଗ୍ରାଧିକାର ଦିଆ ନ ଯାଇ ସ୍କୁଲ ରୂପାନ୍ତକରଣ ପାଇଁ ବ୍ୟବସ୍ଥା ହେଲା। ୨୦୨୦ ମସିହାରେ ସମୁଦାୟ ଚିହ୍ନଟ ହୋଇଥିବା ୮୮୦୦ ସ୍କୁଲରୁ ଫେବୃଆରୀ ୨୦୨୪ ସୁଦ୍ଧା ୪ଟି ପର୍ଯ୍ୟାୟରେ ୮୬୮୧ଟି ପୁରାତନ ଓ ନୂତନ ସରକାରୀ, ବ୍ଲକ ଗ୍ରାଣ୍ଟ, ସରକାରୀ ସ୍ବୀକୃତିପ୍ରାପ୍ତ ଏଂ ଅନୁମତିପ୍ରାପ୍ତ ସ୍କୁଲର ରୂପାନ୍ତକରଣ କରାଯାଇଥିବାର ସରକାରୀ ତଥ୍ୟ ରହିଛି। ଏଥିପାଇଁ ତୃତୀୟ ପର୍ଯ୍ୟାୟ ସୁଦ୍ଧା ୩୭୧୧ କୋଟି ଏବଂ ଚତୁର୍ଥ ପର୍ଯ୍ୟାୟରେ ୧୦କୋଟି ଟଙ୍କା ଅତିରିକ୍ତ ବ୍ୟୟ ମଞ୍ଜୁର ହୋଇଥିବାର ମଧ୍ୟ ସୂଚନା ରହିଛି। ଏହି ରୂପାନ୍ତକରଣରେ ମଧ୍ୟ ୫-ଟି ବିଷୟକୁ ଗୁରୁତ୍ୱ ଦିଆଯାଇଥିଲା। ତାହା ହେଲା ସ୍ମାର୍ଟ ଶ୍ରେଣୀକକ୍ଷ, ଇ-ଲାଇବ୍ରେରି, ବିଜ୍ଞାନାଗାର, ଆକର୍ଷଣୀୟ ପରିବେଶ ଏବଂ କ୍ରୀଡ଼ାର ଉନ୍ନତୀକରଣ। ପ୍ରଥମ ପର୍ଯ୍ୟାୟରେ ସ୍କୁଲ ପିଛା ୩୫ ଲକ୍ଷ ଓ ପରେ ୪୫ ଲକ୍ଷ ଏବଂ ଯେଉଁ ସ୍କୁଲଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ ନଥିଲା, ସେଥିପାଇଁ ୬୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା।
ଏହି ଅର୍ଥକୁ ସ୍କୁଲପିଛା ଆବଣ୍ଟନର ଦାୟିତ୍ୱ ସମ୍ପୃକ୍ତ ଜିଲାର ଜିଲାପାଳ ଏବଂ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ଯୁଗ୍ମ ଦାୟିତ୍ୱରେ ରହିଥିଲା। ସେମାନେ ମଞ୍ଜୁର ହୋଇଥିବା ଟଙ୍କା ସମ୍ପୃକ୍ତ ବ୍ଲକକୁ ଦେଉଥିଲେ। ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ଦ୍ୱାରା ବିଭାଗୀୟ ଭିତ୍ତିରେ ଏବଂ ବିଡିଓମାନଙ୍କ ତତ୍ତ୍ୱାବଧାନରେ ଏହି ରୂପାନ୍ତକରଣ କାର୍ଯ୍ୟ ହେଉଥିଲା ଏବଂ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରୁଥିଲେ। ଏହା ସତ୍ୟ ଯେ, ୨୦୧୯ ମସିହା ପୂର୍ବରୁ ରାଜନୈତିକ ଦୂରଭିସନ୍ଧି ରଖି ବ୍ଲକର ପ୍ରତ୍ୟେକ କାର୍ଯ୍ୟ ବିଭାଗୀୟ ଭିତ୍ତିରେ କନିଷ୍ଠ ଯନ୍ତ୍ରୀଙ୍କ ମାଧ୍ୟମରେ କରାଯାଉଛି। ଜଣେ କନିଷ୍ଠ ଯନ୍ତ୍ରୀ ଚାରି ପାଞ୍ଚଟି ପଞ୍ଚାୟତ ଦାୟିତ୍ୱରେ ରହୁଥିବାରୁ ସମସ୍ତ ଉନ୍ନୟନ କାର୍ଯ୍ୟର ଗୁଣବତ୍ତା ତଦାରଖ ତାଙ୍କ ଦ୍ୱାରା ସମ୍ଭବ ନୁହେଁ। କିନ୍ତୁ ଅଲିଖିତ ନିୟମରେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସୁପାରିସରେ ଦଳୀୟ କର୍ମୀଙ୍କ ଦ୍ୱାରା କାର୍ଯ୍ୟ କରାଯିବ ଏଂ ଲୋକପ୍ରତିନିଧିଙ୍କର ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ଉପରେ ମଧ୍ୟ ସିଧା କର୍ତ୍ତୃତ୍ୱ ରହିବ। ସେହି ଉଦ୍ଦେଶ୍ୟରେ ସ୍କୁଲ ରୂପାନ୍ତକରଣ ଦାୟିତ୍ୱ ମଧ୍ୟ କନିଷ୍ଠ ଯନ୍ତ୍ରୀଙ୍କୁ ଦିଆଯାଇଥିଲା। ଏହି କାର୍ଯ୍ୟ ଆରମ୍ଭ ପୂର୍ବରୁ କୌଣସି ପ୍ରାକ୍‌ ଆକଳନ କରାଯାଇନଥିଲା ବରଂ ଧୁଆ ମୂଳା ଅଧୁଆ ମୂଳା ସମାନ ନୀତିରେ ଉପରୋକ୍ତମତେ ଅର୍ଥ ବରାଦ କରାଯାଇ ସ୍ବଳ୍ପ ସମୟରେ କାର୍ଯ୍ୟ ଶେଷ ପାଇଁ ନିର୍ଦ୍ଦେଶ ରହିଥିଲା। ଏହି ରୂପାନ୍ତକରଣ ପାଇଁ ଦୁଇଟି ଶ୍ରେଣୀ କକ୍ଷ, ବିଜ୍ଞାନାଗାର ଓ ଇ-ଲାଇବ୍ରେରି ସହ ଇଣ୍ଟରନେଟ୍‌ ସଂଯୋଗ କମ୍ପ୍ୟୁଟର ବ୍ୟବସ୍ଥା, ପରିବେଶ ଉନ୍ନତି ଏବଂ ବିଦ୍ୟାଳୟ କାନ୍ଥରେ ନିର୍ଦ୍ଦିଷ୍ଟ ରଙ୍ଗ ଦେବାକୁ ନିର୍ଦ୍ଦେଶ ଥିଲା। ସ୍ବଳ୍ପ ସମୟର ସୁଯୋଗ ନେଇ କେଉଁଠି ଆଗରୁ ଥିବା କାନ୍ଥରେ କେବଳ ରଙ୍ଗ ମାରିଦିଆଗଲା ତ କେଉଁଠି ନିମ୍ନମାନର ଇଟା ବାଲି ସିମେଣ୍ଟ ଓ ଲୁହା ରଡ଼ ବ୍ୟବହାର ହେଲା। ଅନେକ ସ୍କୁଲର କାର୍ଯ୍ୟ ସରିବା ପୂର୍ବରୁ ଲୋକାର୍ପଣ ଦିନ ନିର୍ଦ୍ଧାରଣ ଯୋଗୁଁ କେବଳ ବାହ୍ୟ ପରିବେଶକୁ ମରାମତି କରାଯାଇ ଫଟୋ ଉଠାଇ ପଠାଇ ଦିଆଗଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିର୍ମାଣ ସମ୍ପର୍କରେ ଥିବା ସରକାରୀ ମାର୍ଗଦର୍ଶିକାକୁ ସମସ୍ତ କାର୍ଯ୍ୟରେ ଉଲ୍ଲଂଘନ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଏହି ରୂପାନ୍ତକରଣ ସମସ୍ତ ଜିଲାରେ ସମାନ ଭାବରେ ପାଳନ ହୋଇନଥିଲା। କେଉଁଠି କମ୍ପ୍ୟୁଟର ଆଦି କିଣିବାକୁ ପ୍ରଧାନଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ କେଉଁଠି ବ୍ଲକ ତରଫରୁ ସମସ୍ତ ଦ୍ରବ୍ୟ କିଣାଯାଇଛି। କିଛି ବର୍ଷ ପୂର୍ବରୁ ଅନେକ ସ୍କୁଲକୁ ରାଜ୍ୟ ଶିକ୍ଷା ଅଭିଯାନ ମାଧ୍ୟମରେ ବେଞ୍ଚ ଡେସ୍କ ଯୋଗାଇ ଦିଆଯାଇଥିଲା। କିନ୍ତୁ ପୁନଶ୍ଚ ସେଇ ସ୍କୁଲକୁ ନୂଆ ବେଞ୍ଚ ଡେସ୍କ ଯୋଗାଣ ଦର୍ଶାଯିବା ହୁଏତ ପୁରୁଣାକୁ ନୂଆରେ ରୂପାନ୍ତର କରାଯାଇଥିବା ଅସମ୍ଭବ ନୁହେଁ। ଆମର ପ୍ରଚଳିତ ବିଧି ବ୍ୟବସ୍ଥାରେ କୌଣସି ଅନୁଷ୍ଠାନର ନିର୍ମାଣ ସହ ଆସବାବପତ୍ରର ବିବରଣୀ ପାଇଁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଜମା ତାଲିକା ରଖିବା ବାଧ୍ୟତାମୂଳକ । କିନ୍ତୁ ଏହି କାର୍ଯ୍ୟ ଦ୍ୱୈତ ମାଲିକାନାରେ ହୋଇଥିବାରୁ ଏହାର ସଠିକ୍‌ ତଥ୍ୟ କେବଳ ପୁଙ୍ଖାନୁପୁଙ୍ଖ ତଦନ୍ତରୁ ହିଁ ସ୍ପଷ୍ଟ ହୋଇପାରିବ। ସବୁଠାରୁ ଚମକପ୍ରଦ ତଥ୍ୟ ହେଉଛି, ଯୋଗାଣକାରୀ ବ୍ୟକ୍ତି ବା ସଂସ୍ଥାଙ୍କ ସହ ଦ୍ରବ୍ୟର ଦର ସବୁ ଉପର ସ୍ତରରେ ନିର୍ଦ୍ଧାରିତ ହୋଇଥିଲା, ଯାହାକି ବ୍ଲକ ବା ସ୍କୁଲ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିଲା। ଦ୍ରବ୍ୟର ମାନ କିଏ ନିର୍ଦ୍ଧାରଣ କରିଥିଲା, ତାହା ପ୍ରଶ୍ନବାଚୀରେ ରହିଛି।
ସ୍ମାର୍ଟ ସ୍କୁଲର ସ୍ମାର୍ଟ ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ସ୍ମାର୍ଟ ଶ୍ରେଣୀରେ ସ୍ଥାପିତ ଏଇ ସ୍ମାର୍ଟ ବୋର୍ଡରେ ପେନ୍‌ ଡ୍ରାଇଭ ଲଗାଇଦେଲେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ପାଠ ଛାତ୍ରୀଛାତ୍ରମାନେ ଶୁଣିପାରିବେ। ଶିକ୍ଷକ କେବଳ ଠିଆହୋଇ ତାହାକୁ ନିୟନ୍ତ୍ରଣ କରିବେ। କିନ୍ତୁ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମତରେ ପରୀକ୍ଷାରେ ଓ ଏମ୍‌ଆର ପଦ୍ଧତିରେ ହେଉଥିବା ପରୀକ୍ଷା ପାଇଁ ସେହି ପାଠପଢ଼ା ଛାତ୍ରୀଛାତ୍ରଙ୍କ ଉପଯୋଗୀ ହେଉ ନ ଥିବାରୁ ଏହାକୁ ବ୍ୟବହାର କରାଯାଉନାହିଁ। ଏହି ପାଠ କେଉଁ ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ନିର୍ଣ୍ଣୟ ହୋଇଛି ତା’ର ଉତ୍ତର କାହାରି ପାଖରେ ନାହିଁ। କିନ୍ତୁ ଏଥିପାଇଁ ଆବଶ୍ୟକ ପେନ୍‌ ଡ୍ରାଇଭ କେଉଁଠି ବ୍ଲକ କିଣିଛି ଏବଂ ସ୍କୁଲ ତରଫରୁ ଡାଉନ୍‌ ଲୋଡ଼ ହୋଇଛି ତ ନିର୍ଦ୍ଦିଷ୍ଟ କିଛି ଜିଲାରେ ସ୍କୁଲ ପରିଚାଳନା ପାଇଁ ୭୫ ହଜାର ଦିଆଯାଇ ସେଇ ଅର୍ଥରୁ ୬୭ ହଜାର ଟଙ୍କା ନିଆଯାଇ ପେନ୍‌ ଡ୍ରାଇଭ ଯୋଗାଣ ହୋଇଛି। ଏହି ସମସ୍ତ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ହେଉଥିବାବେଳେ ଯେଉଁ ଅଭିଯୋଗ ଆସୁଥିଲା ବା ଆସିବାର ସମ୍ଭାବନା ଥିଲା ତାହାକୁ ମଧ୍ୟ ସୁଚିନ୍ତିତ ଭାବରେ ପ୍ରଶମିତ କରାଗଲା। ଠିକ୍‌ ନିର୍ବାଚନ ପୂର୍ବରୁ ରାଜ୍ୟର ଶିକ୍ଷକ, ପ୍ରଧାନ ଶିକ୍ଷକ, ପୁରାତନ ଛାତ୍ର କମିଟି, ଜିଲା ଶିକ୍ଷା ତାଲିମ ପ୍ରତିଷ୍ଠାନ, ଜିଲା ଓ ବ୍ଲକ ଶିକ୍ଷାଧିକାରୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକମାନଙ୍କୁ ରାଜ୍ୟସ୍ତରରେ ୧୯,୪୬୭, ଜିଲାସ୍ତରରେ ୪,୬୮୦, ବ୍ଲକ ସ୍ତରରେ ୩୪,୮୫୮, ଉପଖଣ୍ଡ ଓ ନଗରାଞ୍ଚଳରେ ୧୧୮ ଜଣଙ୍କୁ ୧୪ଟି ବିଭାଗ ପାଇଁ ସର୍ବମୋଟ ୧୧୬,୮୪, ୭୯,୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ତଥ୍ୟର ସରକାରୀ ସୂଚନା ରହିଥିବାରୁ ଏବଂ ଏହା ଜନସାଧାରଣ ଟିକସ ପଇସାରୁ ବ୍ୟୟ ହୋଇଛି। ପ୍ରକାଶଯୋଗ୍ୟ, ଏହି ପୁରସ୍କାର ସହ କଲେଜଗୁଡ଼ିକର ହୋଇଥିବା ଓ କାର୍ଯ୍ୟକ୍ରମ ପାଇଁ ବ୍ୟୟ ହୋଇଥିବା ଟଙ୍କାର ବାର୍ଷିକ ସୁଧରେ ଅନୂ୍ୟନ ୨୦୦୦ ଶିକ୍ଷକ ପଦବୀ ପୂରଣ ହୋଇପାରିଥାନ୍ତା।

ହରିଶଙ୍କର ମିଶ୍ର
୧୧୩-ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଣିଷ ମରିବା ପରେ ହିଁ ପିଣ୍ଡଦାନ ଶ୍ରାଦ୍ଧ ଆଦି କର୍ମ କରାଯାଏ। କିନ୍ତୁ ବଞ୍ଚିଥିବା ଲୋକଙ୍କର ଶ୍ରାଦ୍ଧ କରିବା କଥା କେବେ ଶୁଣିଛନ୍ତି! କିନ୍ତୁ ଏମିତି...

ସ୍ବାଧୀନତା ସଂଗ୍ରାମରେ ଲୁଣିଆ ଗୁଳିକାଣ୍ଡ

ଭଦ୍ରକ ସବ୍‌ଡିଭିଜନରେ ହୋଇଥିବା ଲୁଣିଆ ଗୁଳିକାଣ୍ଡ ସ୍ବାଧୀନତା ସଂଗ୍ରାମର ଏକ ଅଭୁଲା ସ୍ମୃତି। ୧୯୪୨ ସେପ୍ଟେମ୍ବର ୧୬ରେ ତତ୍କାଳୀନ ବାଲେଶ୍ୱର ଜିଲାରେ ଘଟିଥିବା ଏହି ଦୁଃଖଦ...

ବୁଲ୍‌ଡୋଜର ନ୍ୟାୟ ଉପରେ ସୁପ୍ରିମ୍‌ ବ୍ରେକ୍‌

ଗତ କିଛି ବର୍ଷ ଧରି ବୁଲ୍‌ଡୋଜର ଦେଶରେ ଆତଙ୍କର ଏକ ପ୍ରତୀକରେ ପରିଣତ ହୋଇଯାଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାନା, ଗୁଜରାଟ ଆଦିରେ ସେଠାକାର ସରକାରଗୁଡ଼ିକ ତଥାକଥିତ...

ଜନସାଧାରଣଙ୍କ କୋର୍ଟରେ ବଲ୍‌

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ସୁପ୍ରିମକୋର୍ଟ ୧୩ ସେପ୍ଟେମ୍ବରରେ ଦିଲ୍ଲୀ ଅବକାରୀ ନୀତି ନେଇ ମନି ଲ2ଣ୍ଡରିଂ ଅଭିଯୋଗ ସଂକ୍ରାନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ମାମଲାରେ...

ଏଇ ଭାରତରେ

୮୭ ବର୍ଷ ବୟସରେ କର୍ମଚଞ୍ଚଳ ଡ. ମାୟା ଟଣ୍ଡନ। ସେ ସଡ଼କ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ସହ ଦୁର୍ଘଟଣାରେ ପ୍ରାଥମିକ ଚିକିତ୍ସା ଯୋଗାଇ...

‘ନଅ ହାତିଆ ଶାଢ଼ି’ର ସ୍ରଷ୍ଟା

ସ୍ତକର ଇଂଲିଶ୍‌ ନାମ ‘ନାଇନ୍‌ ୟାର୍ଡ ସାରିଜ୍‌’। ଏହାର ଓଡ଼ିଆ ମର୍ମାନୁବାଦ କଲେ କୁହାଯାଇପାରିବ ‘ନଅ ହାତିଆ ଶାଢ଼ି’। ଲେଖିକା ପ୍ରଶାନ୍ତି ରାମ ସିଙ୍ଗାପୁରରେ ରହୁଥିବା...

ମୃତ୍ୟୁକୋଷ୍ଠୀ ତିଆରି କରିପାରେ ଏଆଇ

ଆଇ, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା ଆମକୁ ଦୁଃଖ ଓ ସୁଖ ଜଣାଇପାରେ, ମଜା କଥା ଶୁଣାଇପାରେ। କାହାର କେତେବେଳେ ମୃତ୍ୟୁ ହେବ ତାହା...

ଏବେ ଅନିଚ୍ଛୁକ

ବର୍ତ୍ତମାନ ଭାରତର ପ୍ରମୁଖ ରାଜନୈତିକ ଶକ୍ତି ହେଉଛି ଭାରତୀୟ ଜନତା ପାର୍ଟି (ଭାଜପା)। ରାଜନୈତିକ ଫାଇଦା ପାଇଁ ଆଦର୍ଶକୁ ସାମୟିକ ଭାବେ ବିରାମ ଦେବାରେ ଏହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri