ଜାନୁୟାରୀ ୧ରୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ ମନା

ପୁରୀ ଅଫିସ,୧୫।୧୨: ଆସନ୍ତା ଜାନୁୟାରୀ ୧ ତାରିଖରୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ ବାରଣ କରାଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁବାର ଏହି ନିଷ୍ପତ୍ତି ନିଆଯାଇଛି। ନୀତି ସମ୍ବନ୍ଧୀୟ ଅପ୍‌ଡେଟ ପାଇଁ ଶାଖା କାର୍ଯ୍ୟାଳୟ ଏବଂ ଗାରଦରେ ଗୋଟିଏ ମୋବାଇଲ ରହିବ। ସିଂହଦ୍ୱାର ଓ ଦକ୍ଷିଣ ଦ୍ୱାରରେ ଅଧିକାରୀ ଓ ସେବାୟତମାନଙ୍କ ପାଇଁ ମୋବାଇଲ ଜମା କରିବାର ଷ୍ଟାଣ୍ଡ ହେବ। ଯେଉଁଠି ମୋବାଇଲ ରଖି ମନ୍ଦିର ଭିତରକୁ ସେବାୟତମାନେ ପ୍ରବେଶ କରିବେ। ଏହାସହ ଆସନ୍ତା ୨୦୨୩ ଏପ୍ରିଲ ସୁଦ୍ଧା ଗୁଣ୍ଡିଚା ମନ୍ଦିରର କଲୋମ ଓ ବିମ ମରାମତି କାମ ଶେଷ ହେବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି।