ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ଲାଗିବ ବଡ଼ ଝଟକା, ୨୦୨୫ରେ ବଢିବ…

ନୂଆଦିଲ୍ଲୀ,୧୨।୧୧: ସାରା ବିଶ୍ୱରେ ସ୍ମାର୍ଟଫୋନର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରତିଦିନ ନୂଆ କମ୍ପାନୀ ବଜାରରେ ସ୍ମାର୍ଟଫୋନ ଲଞ୍ଚ କରୁଛନ୍ତି। କିନ୍ତୁ ୨୦୨୫ରେ ସ୍ମାର୍ଟଫୋନ ମହଙ୍ଗା ହୋଇପାରେ। ଏହା ପଛରେ ତିନୋଟି ବଡ କାରଣ ସାମ୍ନାକୁ ଆସିଛି। ଯେହେତୁ AI ର ବ୍ୟବହାର ବଢୁୁଛି, ବଡ ଟେକ କମ୍ପାନୀଗୁଡିକ ମଧ୍ୟ AI ଉପରେ ଗୁରୁତ୍ୱ ଦେଉଛନ୍ତି। ଏଭଳି ପରିସ୍ଥିତିରେ ଫୋନର ମୂଲ୍ୟ ବୃଦ୍ଧି ପାଉଛି।

୨୦୨୫ରେ ସ୍ମାର୍ଟଫୋନର ମୂଲ୍ୟ ବୃଦ୍ଧି ପଛରେ ତିନୋଟି କାରଣ ହୋଇପାରେ। ପ୍ରଥମତଃ ଭଲ ଉପାଦାନଗୁଡ଼ିକର ମୂଲ୍ୟ ବୃଦ୍ଧି, ଦ୍ୱିତୀୟତଃ 5G ନେଟୱାର୍କର ଆଗମନ ହେତୁ ଖର୍ଚ୍ଚ ବୃଦ୍ଧି ଏବଂ ତୃତୀୟରେ, AI ପରି ନୂତନ ବୈଷୟିକ ଜ୍ଞାନର ବ୍ୟବହାର। ରିସର୍ଚ୍ଚ ଅନୁଯାୟୀ ସ୍ମାର୍ଟଫୋନର ହାରାହାରି ମୂଲ୍ୟ ୨୦୨୪ରେ ୩% ଏବଂ ୨୦୨୫ରେ ୫% ବୃଦ୍ଧି ହୋଇପାରେ। ଏହାର କାରଣ ହେଉଛି ଲୋକମାନେ ବର୍ତ୍ତମାନ ଅଧିକ ଶକ୍ତିଶାଳୀ ପ୍ରୋସେସର୍‌ ଏବଂ ଏଇ ସହିତ ମହଙ୍ଗା ଫୋନ କିଣୁଛନ୍ତି ।

ଜେନେରେଟିଭ AI ହେତୁ ସ୍ମାର୍ଟଫୋନ ମହଙ୍ଗା ହେଉଛି। ଲୋକମାନେ AI ଫିଚରକୁ ବହୁତ ପସନ୍ଦ କରନ୍ତି । ତେଣୁ, ସ୍ମାର୍ଟଫୋନ ଉତ୍ପାଦନକାରୀ କମ୍ପାନୀଗୁଡିକ ଅଧିକ ଶକ୍ତିଶାଳୀ CPU, NPU ଏବଂ GPU ସହିତ ଚିପ୍ସ ପ୍ରସ୍ତୁତ କରୁଛନ୍ତି । ଏହି ଚିପ୍ସର ମୂଲ୍ୟ ସାଧାରଣତଃ ବହୁତ ଅଧିକ, ଯେଉଁଥିପାଇଁ ଫୋନର ମୂଲ୍ୟ ମଧ୍ୟ ବଢିଥାଏ। ଚିପ୍ସ ତିଆରି ପାଇଁ ନୂତନ ଟେକ୍ନୋଲୋଜି ଯଥା 4nm ଏବଂ 3nm ଭଳି ଉପାଦାନଗୁଡ଼ିକର ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି । ଏହା ବ୍ୟତୀତ କମ୍ପାନୀଗୁଡିକ ସଫ୍ଟୱେର୍‌ ତିଆରି ଏବଂ ଉନ୍ନତି ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମୋଦି-ଭାନ୍ସ ଆଲୋଚନା

ନୂଆଦିଲ୍ଲୀ,୨୧।୪(ପି.ଟି.): ଭାରତ ଗସ୍ତରେ ଆସୁଥିବା ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଓ ତାଙ୍କ ସ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ସେକେଣ୍ଡ ଲେଡି ଉଷା ଭାନ୍ସଙ୍କ ସମ୍ମାନାର୍ଥେ...

ମୋହନାରେ କାଳବୈଶାଖୀର ତାଣ୍ଡବ: ଉଡିଲା ଛପର, ଉପୁଡ଼ିଲା ବିଶାଳ ଗଛ

ମୋହନା,୨୦।୪: ଗଜପତି ଜିଲା ମୋହନା ବ୍ଲକରେ କାଳବୈଶାଖୀର ତାଣ୍ଡବ। ରବିବାର ଅପରାହ୍ନ ୪ଟାରେ ପବନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ଏବଂ କୁଆ ପଥର ପଡ଼ିବା...

ଆଇପିଏଲରେ ଅଭୂତପୂର୍ବ କୃତିତ୍ୱ ହାସଲ କଲେ ବିରାଟ କୋହଲି, ପଛରେ ପଡିଲେ ଡେଭିଡ ଓ୍ୱାର୍ଣ୍ଣର

ନୂଆଦିଲ୍ଲୀ, ୨୦।୪: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ରବିବାର ପଞ୍ଜାବ କିଙ୍ଗସ ବିପକ୍ଷ ଆଇପିଏଲ ୨୦୨୫ ମ୍ୟାଚରେ ନିଜ ନାମରେ ଏକ...

ବିବାହ ଭୋଜିରେ ଦେଲେନି ମାଂସ, ରାଗରେ ନିଆଁବାଣ ହୋଇ ଗାଡ଼ି ଜାଳିଦେଲେ ୨ ଯୁବକ

ବଲାଙ୍ଗୀର, ୨୦।୪(ସୁନୀଲ କୁମାର ମହାନ୍ତି): ବିବାହ ଭୋଜିରେ ମାଂସ ଦେଲେ ନାହିଁ ବୋଲି ଏକ ଚାରିଚକିଆ ଗାଡକୁ ନିଆଁ ଲଗାଇ ପୋଡ଼ି ଦେଲେ କିଛି ଯୁବକ...

ଇତିହାସ ରଚିରେ Virat Kohli

ନୂଆଦିଲ୍ଲୀ,୨୦।୪: ବିରାଟ କୋହଲି ଏବେ ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟସମ୍ୟାନ ହୋଇଯାଇଛନ୍ତି। ସେ ଏହି ମାମଲାରେ ଡେଭିଡ ୱାର୍ଣ୍ଣରଙ୍କୁ...

Video: ପଞ୍ଜାବ ବିପକ୍ଷରେ ବିଜୟ ପରେ ଶ୍ରେୟସ ଆୟାରଙ୍କୁ ଉପହାସ କଲେ ବିରାଟ କୋହଲି

ନୂଆଦିଲ୍ଲୀ, ୨୦।୪: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମୁଲ୍ଲାନପୁରରେ ପଞ୍ଜାବ କିଙ୍ଗସ (ପିବିକେଏସ)କୁ ୭ ୱିକେଟରେ ପରାସ୍ତ କରିଛି। ଜିତେଶ ଶର୍ମାଙ୍କର ମ୍ୟାଚ୍ ବିଜୟୀ ଛକା...

JDU ନେତାଙ୍କ ଦାଦାଗିରି, ଡାକ୍ତରଙ୍କ ଚାମ୍ବରରେ ପଶି କଲେ ମାଡପିଟ

ପାଟନା,୨୦।୪: ପୁଣି ଥରେ ବିହାରରେ ଜଣେ ନେତାଙ୍କ ଦବଦବା ଚେହେରା ସାମ୍ନାକୁ ଆସିଛି। ଘଟଣାଟି ଆରା ଜିଲାର, ଯେଉଁଠାରେ JDUର ଶକ୍ତିଶାଳୀ ନେତା ପ୍ରିନ୍ସ ସିଂହ...

ନୂତନ ରାଶନ କାର୍ଡ ପ୍ରସ୍ତୁତି ନିମନ୍ତେ ଇ-କେୱାଇସି ଯାଞ୍ଚ ଜରୁରୀ

କେନ୍ଦୁଝର, ୨୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ନୂତନ ରାସନ କାର୍ଡ ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ଯାଞ୍ଚ ତଥା କ୍ଷେତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image