Advertisement

ଶିକ୍ଷକ ବଦଳି ଦାବିରେ ଜିଲାପାଳଙ୍କୁ ଭେଟିଲେ ଏସଏମସି

କୁନ୍ଦୁରା,୯।୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଳା କୁନ୍ଦୁରା ବ୍ଲକ ନବଗଠିତ ଗୁଣ୍ଡାଳ ଗ୍ରାମ ପଞ୍ଚାୟତରେ ରହିଥିବା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବଦଳି ଦାବିରେ ଜିଲାପାଳଙ୍କୁ ଭେଟିଲେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ। ୨୦୧୩ରେ ପ୍ରତିଷ୍ଠା ଲାଭ କରିଥିବାଏହି ବିଦ୍ୟାଳୟରେ ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀ ରହିଥିବା ବେଳେ ଏଠାରେ ୩ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୫୮ ଜଣ ଛାତ୍ରୀଛାତ୍ର ପାଠ ପଢ଼ୁଥିବା ବେଳେ ନବମ ଏବଂ ଦଶମ ଶ୍ରେଣୀ ନିମନ୍ତେ ୩ ଜଣ ଶିକ୍ଷକ ରହିଥିବାବେଳେ ସେଥିମଧ୍ୟରୁ ଜଣେ ଲମ୍ବା ଛୁଟିରେ ରହିଥିବା ସହିତ ଅନ୍ୟ ଜଣେ ସପ୍ତାହରେ ଦୁଇଦିନ ବିଦ୍ୟାଳୟକୁ ଆସୁଥିବା ଅଭିଯୋଗ ହୋଇଛି। ମହମ୍ମଦ ଅମଜଦ ଖାନ ଲମ୍ବା ଛୁଟି ନେଇ ରହିଥିବା ବେଳେ ଭାଗିରଥି ବେହେରା ନାମ ଅନ୍ୟ ଜଣେ ଶିକ୍ଷକ ସପ୍ତାହରେ ଦୁଇଦିନ ଆସୁଥିବା ଯୋଗୁ ପାଠପଢାରେ ଅସୁବିଧା ଦେଖାଦେଇଛି।

ଦୁଇ ମାସ ପରେ ମାଟ୍ରିକ ପରୀକ୍ଷା ରହିଥିବା ବେଳେ ଶିକ୍ଷା ବିଭାଗ ଏବଂ ଶିକ୍ଷକ ମାନଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାରରେ ରହିଥିବା ଗୁଣ୍ଡାଳ ଗ୍ରାମର ବିଦ୍ୟାଳୟ ପରିଚାଳନା କମିଟି ଅଭିଯୋଗ କରିଛି। ଅନୁପସ୍ଥିତ ରହୁଥିବା ଶିକ୍ଷକଙ୍କୁ ପରିଚାଳନା କମିଟି ଯଦି କିଛି କହିଲେ ସେମାନେ କମିଟି ସଦସ୍ୟଙ୍କ ସହିତ ଯୁକ୍ତିତର୍କ କରୁଛନ୍ତି। ଏଠାରେ ଏକାଧିକ ଶିକ୍ଷକ ପଦବୀ ଯାହାକି କଳା, ହିନ୍ଦୀ ଏବଂ ଖେଳ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ଏହାକୁ ନେଇ ଜିଲା ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିବା ସତ୍ୱେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଆଗକୁ ମାଟ୍ରିକ ପରୀକ୍ଷା ରହିଥିବା ବେଳେ ଶିକ୍ଷା ବିଭାଗ ଅବହେଳା ଏବଂ ଏଠାରେ ଅନୁପସ୍ଥିତ ଶିକ୍ଷକଙ୍କ
ଖାମ ଖିଆଲ ମନୋଭାବ ଯୋଗୁ ଅନ୍ଧାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ। ଏହାକୁ ନେଇ କୁନ୍ଦୁରା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁକାନ୍ତ କାର୍ତମୀଙ୍କୁ ପଚାରିବାରୁ ସେ ସବୁ ଜାଣି ଶୁଣି ମଧ୍ୟ ମୁଁ ଏ ବିଷୟରେ କିଛି ଜାଣି ନାହିଁ ବୋଲି କହିଛନ୍ତି। ଦୀର୍ଘ ଦିନ ଅପେକ୍ଷା ପରେ ସପ୍ତାହକ ମଧ୍ୟରେ ଦୁଇ ଶିକ୍ଷକଙ୍କୁ ତୁରନ୍ତ ବଦଳି କରି ନୂତନ ଶିକ୍ଷକ ନିଯୁକ୍ତି କରିବା ନେଇ ବିଦ୍ୟାଳୟ ପରିଚାଳନା କମିଟି ଏବଂ ଅଞ୍ଚଳବାସୀ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel