Categories: ବାଣିଜ୍ୟ

ସ୍ମାଇଲ୍‌ ଗୋଲ୍ଡର ଧନ୍‌ତେରସ୍‌ ଅଫର

ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ୍‌ ଗୋଲ୍ଡ ଜୁଏଲର୍ସ ପକ୍ଷରୁ ଚଳିତ ବର୍ଷର ଧନ୍‌ତେରସ୍‌ ଉପଲକ୍ଷେ ଆକର୍ଷଣୀୟ ଧନବର୍ଷା ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ଚଳିତ ବର୍ଷର ପାର୍ବଣ ଋତୁରେ ସ୍ବତନ୍ତ୍ର ଡିଜାଇନ୍‌ ସାଙ୍ଗକୁ ଆକର୍ଷଣୀୟ ଅଫର୍‌ ଓ ରିହାତି ପ୍ରଦାନ କରାଯାଉଛି। ଏପରିକି ଚଳିତ ବର୍ଷ ଦଶହରାଠାରୁ ଗ୍ରାହକମାନେ ଆକର୍ଷଣୀୟ ଧନବର୍ଷା ଅଫରର ଲାଭ ଉଠାଉଛନ୍ତି ବୋଲି ସ୍ମାଇଲ୍‌ ଗୋଲ୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଏହି ଅଫର୍‌ ଧନତେରାସ୍‌ ପର୍ଯ୍ୟନ୍ତ ଉପଲବ୍ଧ। ବିଶେଷକରି ଧନ୍‌ତେରସ୍‌ ଅବସରରେ ଗ୍ରାହକମାନେ ପ୍ରତି ୧ ଗ୍ରାମ୍‌ ସୁନା ଗହଣାର ଗଢ଼ା ମଜୁରୀ ଫ୍ଲାଟ୍‌ ୩୯୯ ଟଙ୍କା ଓ ଫ୍ଲାଟ୍‌ ୪୯୯ ଟଙ୍କା ରହିଛି। ସେହିପରି ଅଳଙ୍କାର ପାଇଁ ଅଗ୍ରୀମ ଦେୟ ପୈଠ କଲେ ଗଢ଼ା ମଜୁରୀ ପଡ଼ିବ ନାହିଁ। ସ୍ବତନ୍ତ୍ର ଡିଜାଇନର ହୀରା, ସୁନା, ରୂପା ଓ ଅନ୍ୟାନ୍ୟ ରତ୍ନରେ ପ୍ରସ୍ତୁତ ଅଳଙ୍କାର ଏଠାରେ ଉପଲବ୍ଟ ବୋଲି ଷ୍ଟୋର ପକ୍ଷରୁ ସୂଚନା ଦିଅଯାଇଛି।

Share