Categories: ଜାତୀୟ

ନୀତୀଶଙ୍କ ମୁହଁରେ ହସ: ଏନ୍‌ଡିଏ ସହ ପୁଣି ମେଣ୍ଟ ପରେ ପ୍ରଥମଥର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ

ନୂଆଦିଲ୍ଲୀ,୭।୧: ଏନ୍‌ଡିଏ ସହ ପୁଣି ମେଣ୍ଟ ପରେ ପ୍ରଥମଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏହି ସମୟରେ ସେ ବେଶ୍‌ ଖୁସି ଜଣାପଡୁଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ନୀତୀଶ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ। ବିହାରରେ ନୂତନ ଏନଡିଏ ସରକାର ଗଠନ ପରେ ପିଏମ ମୋଦିଙ୍କ ସହ ଏହା ତାଙ୍କର ପ୍ରଥମ ସାକ୍ଷାତ। ଆଗାମୀ ସମୟରେ ବିହାରରେ କ୍ୟାବିନେଟ ସମ୍ପ୍ରସାରଣ ହେବାକୁ ଯାଉଛି। ଏଥି ସହିତ ନୂତନ ଏନଡିଏ ସରକାରଙ୍କ ଫ୍ଲୋର ଟେଷ୍ଟ ଫେବୃଆରୀ ୧୨ରେ ହେବ। ବିଧାନସଭାରେ ନୀତୀଶ କୁମାରଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିବ। ଏହି ସମୟରେ ନୀତୀଶ କୁମାର ମୋଦିଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ବୈଠକର ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛି। ଫଟୋରେ ଉଭୟ ନେତା ହସି ହସି ସାକ୍ଷାତ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ ପିଏମ ମୋଦିଙ୍କୁ ଏକ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ।
ଲୋକ ସଭା ନିର୍ବାଚନ ପୂର୍ବରୁ ବିହାରରେ ଏନଡିଏରେ ଆସନ ବଣ୍ଟନ ହେବ। ଗତ ଲୋକସଭା ନିର୍ବାଚନରେ ଜେଡିୟୁ ଏବଂ ଭାଜପା ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ବିହାରରେ ୪୦ଟି ଲୋକ ସଭା ଆସନ ଅଛି। ଜେଡିୟୁ ଏବଂ ଭାଜପା ପ୍ରତ୍ୟେକ ୧୭ଟି ଆସନରେ ପ୍ରାର୍ଥୀ କରିଥିଲେ। ଭାଜପା ୧୭ଟି ଆସନ ଏବଂ ଜେଡିୟୁ ୧୬ଟି ଆସନ ଜିତିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କେନ୍ଦ୍ର ସ୍ବମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡାଙ୍କୁ ମଧ୍ୟ ଭେଟିବେ।

Share