Categories: ଜାତୀୟ

ଖିଲାପକାରୀ ଚାଷୀଙ୍କ ମୁହଁରେ ହସ: ପୁଣି ମିଳିବ ଫସଲ ଋଣ

ଜୟପୁର, ୧୨।୮: ଋଣ ଖିଲାପକାରୀ ଚାଷୀଙ୍କ ପାଇଁ ଖୁସି ଖବର ଆସିଛି। ଋଣ ସୁଝି ନ ଥିବା ଚାଷୀଙ୍କୁ ପୁଣି ଫସଲ ବୀମା ଯୋଗାଇ ଦିଆଯିବ। ରାଜସ୍ଥାନ ସରକାର ଏଭଳି ନିଷ୍ପତ୍ତିି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ରାଜ୍ୟରେ ଚାଷୀଙ୍କ ହାତମୁଠା ଟାଣ କରିବା ଲାଗି ଏଭଳି କରିଛନ୍ତି। ଏହା ଦ୍ୱାରା ସାଢ଼େ ୩ ଲକ୍ଷରୁ ଅଧିକ ଖିଲାପକାରୀ ଚାଷୀ ଉପକୃତ ହେବେ ବୋଲି କୁହାଯାଉଛି। ସରକାର ଚାଷୀଙ୍କୁ ଶୂନ ସୁଧହାରରେ ଋଣ ଯୋଗାଇ ଦେବେ। ଏନେଇ ଚାଷୀ ମୁଲିଆ ସଂଗଠନ ପକ୍ଷରୁ ଲଗାତାର ଦାବି ହୋଇଆସୁଥିଲା। ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ଖରିଫ୍‌ ଋତୁ ପାଇଁ ରାଜ୍ୟରେ ଏପ୍ରିଲ୍‌ ୧୬ଠାରୁ ନୂଆ ଫସଲ ଋଣ ପ୍ରଦାନ ଜାରି ରହିଛି। ଅଗଷ୍ଟ ୩୧ ପର୍ଯ୍ୟନ୍ତ ଏହା ଜାରି ରହିବ। ଇତିମଧ୍ୟରେ ରାଜ୍ୟର ୨୩ ଲକ୍ଷ ୭୯ ଚାଷୀଙ୍କୁ ୭ ହଜାର ୩୨୧କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି। ଖରିଫ୍‌ ଋତୁରେ ୧୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ ଲକ୍ଷ୍ୟ ରଖାଯାଇଛି।

Share