Categories: ଜାତୀୟ

‘ସ୍ମାଇଲ୍‌ ପ୍ଲିଜ’! ଲ୍ୟାଣ୍ଡର ‘ବିକ୍ରମ’ର ଫଟୋ ଉଠାଇଲା ରୋଭର ‘ପ୍ରଜ୍ଞାନ’

ନୂଆଦିଲ୍ଲୀ,୩୦।୮: ଚନ୍ଦ୍ରାୟନ ୩ ମିଶନର ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର୍‌ ବିକ୍ରମର ଫଟୋ ଉଠାଇଛି। ଇସ୍ରୋ ଏହି ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଛି। ଫଟୋ ଉଠାଇବା ବେଳେ ପ୍ରଜ୍ଞାନ କହିଛି, ସ୍ମାଇଲ୍‌ ପ୍ଲିଜ୍‌।
ରୋଭର ପ୍ରଜ୍ଞାନରେ ଲାଗିଥିବା ନାଭିଗେସନ କ୍ୟାମେରା ଏହି ଛବି ନେଇଛି। ଏହି ସ୍ବତନ୍ତ୍ର କ୍ୟାମେରାକୁ ଲାବୋରଟୋରି ଫର ଇଲେକ୍ଟ୍ରୋ ଅପ୍ଟିକ୍ସ ସିଷ୍ଟମ ଦ୍ୱାରା ପ୍ରସ୍ତୁତ କରାଯାଇଛି।

ଅଗଷ୍ଟ ୩୦ ଭାରତୀୟ ସମୟ ସକାଳ ୭ଟା ୩୫ରେ ପ୍ରଜ୍ଞାନ ଏହି ଫଟୋ ଉଠାଇଛି ବୋଲି ଇସ୍ରୋ ସୂଚନା ଦେଇଛି।

Share