‘ମହାଭାରତ’ ଶ୍ରୀକୃଷ୍ଣଙ୍କ ଖୋଲିଲା ପୋଲ୍‌, IAS ସ୍ତ୍ରୀ କଲେ ଆଶ୍ଚର୍ଯ୍ୟକର ଖୁଲାସା, ଚାକିରୀ ଛାଡିବା ପାଇଁ କରୁଥିଲେ ବାଧ୍ୟ…

ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘ମହାଭାରତ’ର ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ନିତିଶ ଭରଦ୍ୱାଜ ନିଜ ସ୍ତ୍ରୀ ବିରୋଧରେ ଅଭିଯୋଗ ଆଣି ଏବେ ଚର୍ଚ୍ଚାରେ ଅଛନ୍ତି। ସ୍ଥିତି ଏପରି ଯେ, ତାଙ୍କ ବ୍ୟକ୍ତିଗତ କଳି ଦାଣ୍ଡରେ ପଡି ହାଟରେ ଗଡିଲାଣି। ତେବେ କିଛିଦିନ ପୂର୍ବରୁ ସେ କରିଥିବା ଅଭିଯୋଗକୁ ନେଇ ତାଙ୍କ ଆଇଏଏସ ପତ୍ନୀ ସ୍ମିତା ଗାଟେ ମୁହଁ ଖୋଲିଛନ୍ତି। ନିତିିଶଙ୍କ ବିରୋଧରେ ସେ ପାଲଟା ଅଭିଯୋଗ ଆଣିଥିବାବେଳେ ସେ ଭିକ୍ଟିମ କାର୍ଡ ଖେଳୁଥିବାର କହିଛନ୍ତି। ପିଲାଙ୍କ ପାଇଁ କାନ୍ଦୁଥିବା ନିତିଶ ଥରୁଟିଏ ବି ପିଲାଙ୍କ ସ୍କୁଲ ଫି ଦେଉ ନ ଥିବା ସେ କହିଛନ୍ତି।

କହିରଖୁଛୁ କି, ନିତିଶ ନିକଟରେ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ତାଙ୍କ ସ୍ତ୍ରୀ ତାଙ୍କୁ ଦୁଇ ଝିଅଙ୍କ ସହିତ ଭେଟିବାକୁ ଦେଉ ନାହାନ୍ତି ବୋଲି ସେ କହିଥିଲେ। ତେବେ ସ୍ମିତା ତାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ‘ଫ୍ରି ପ୍ରେସ ଜର୍ଣ୍ଣାଲ’ ସହିତ ଏକ ସାକ୍ଷାତକାରରେ ସେ କହିଛନ୍ତି, ନିତିଶଙ୍କୁ ମୋର ସରକାରୀ ଚାକିରୀ ଯମା ବି ପସନ୍ଦ ନ ଥିଲା। ସେ ବାରବାର ଚାକିରୀ ଛାଡଦେବାକୁ କହୁଥିଲେ। ତେବେ ଏଥିରେ ମୁଁ ସହମତ ନ ହେବାରୁ ମୋତେ ଛାଡପତ୍ର ଦେଇଥିଲେ।

ଏହା ପରଠାରୁ ନିତିଶ ଭିକ୍ଟିମ କାର୍ଡ ଖେଳିବା ଆରମ୍ଭ କରିଦେଇଥିଲେ। ସେ କେବେ ବି ମୋ ଦୁଇ ପିଲାଙ୍କ ବିଷୟରେ ଚିନ୍ତା ମଧ୍ୟ କରି ନାହାନ୍ତି। ସ୍ମିତା ଆହୁରି କହିଛନ୍ତି, ସେ ଗତ ଜାନୁୟାରୀ ୨ରେ ପୁଣେରେ ଦୁଇ ଝିଅଙ୍କୁ ଭେଟିଥିଲେଥି । ଏହାପରେ ଫେବୃଆରୀ ୧୭ରେ ବି ଭେଟିଥିଲେଥି । ହେଲେ ନିତିଶ ଗତ ୪ ବର୍ଷ ହେଲା ଦୁଇ ଝିଅଙ୍କୁ ଭେଟିପାରି ନ ଥିବାର ଅଭିଯୋଗ କରିଥିଲେ ।

Share