ଓ୍ବାଶିଂଟନ,୩୦ା୩: ଲସ୍ ଏଞ୍ଜେଲ୍ସରେ ଆୟୋଜିତ ଓସ୍କାର ସମାରୋହରେ ହୋଇଥିବା ହାଇଡ୍ରାମାକୁ ନେଇ ହଲିଉଡ୍ ଅଭିନେତା ଓ୍ବିଲ୍ ସ୍ମିଥ୍ କମେଡିଆନ୍ କ୍ରିସ୍ ରକ୍ଙ୍କୁ କ୍ଷମା ମାଗିଛନ୍ତି। ଏ ନେଇ ମଙ୍ଗଳବାର ଇନ୍ଷ୍ଟାଗ୍ରମାରେ ଏକ ପୋଷ୍ଟ ଶେୟାର କରିଥିଲେ ସ୍ମଥ୍। ନିଜ ଆଚରଣ ପାଇଁ ସେ ଦୁଃଖିତ ଥିବାବେଳେ ସ୍ତ୍ରୀ ଜାଡାଙ୍କ ମେଡିକାଲ କଣ୍ଡିଶନ୍ ନେଇ ଉପହାସ କରିବା ତାଙ୍କ ସହନ ଶକ୍ତିକୁ ପାର କରିଥିବା ସେ ଉକ୍ତ ପୋଷ୍ଟରେ ଲେଖିଥିଲେ। ଏଥିସହ ଓସ୍କାର ସମାରୋହରେ ଉପସ୍ଥିତ ପ୍ରତ୍ୟେକ ଅତିଥିଙ୍କୁ ମଧ୍ୟ ନିଜ ବ୍ୟବହାର ପାଇଁ ସ୍ମିଥ୍ କ୍ଷମା ମାଗିଛନ୍ତି। ଆଓ୍ବାର୍ଡ ସେରେମୋନିରେ କ୍ରିସ୍ ସ୍ମିଥ୍ଙ୍କ ସ୍ତ୍ରୀ ଜାଡାଙ୍କ କେଶକୁ ନେଇ ଉପହାସ କରିବା ପରେ ସ୍ମିଥ୍ ରାଗିଯାଇ ମଞ୍ଚରେ ଥିବା କ୍ରିଶ୍ଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ।