Advertisement
Categories: ଖେଳ

ଅନ୍ତିମ ଟେଷ୍ଟରେ ସ୍ମିଥ୍‌ ଅଧିନାୟକ

ଅହମଦାବାଦ,୬ା୩: ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ମାର୍ଚ୍ଚ ୯ରେ ଗୁଜରାଟର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚରେ ଷ୍ଟିଭ୍‌ ସ୍ମିଥ୍‌ ଅଧିନାୟକ ରହିବା ନେଇ ଅଷ୍ଟ୍ରେଲିଆ କ୍ରିକେଟ ସୋମବାର କୁହାଯାଇଛି।

ନିୟମିତ ଅଧିନାୟକ ପ୍ୟାଟ କୁମିନ୍ସ ଦ୍ୱିତୀୟ ଟେଷ୍ଟ ପରେ ତାଙ୍କ ମା’ଙ୍କ ଶାରୀରିକ ଅସୁସ୍ଥତା ଯୋଗୁ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କରିଥିଲେ। ତୃତୀୟ ଟେଷ୍ଟରେ କୁମିନ୍ସ ଫେରିବା ନେଇ ଆଶା କରାଯାଉଥିଲେ ମଧ୍ୟ ସେ ଫେରି ନ ଥିଲେ। ଫଳରେ ଇନ୍ଦୋରରେ ଅନୁଷ୍ଠିତ ତୃତୀୟ ଟେଷ୍ଟରେ ସ୍ମିଥ୍‌ ଷ୍ଟାଣ୍ଡ ଇନ୍‌ କ୍ୟାପଟେନ୍‌ ଦାୟିତ୍ୱ ତୁଲାଇଥିଲେ।

ଅଷ୍ଟ୍ରେଲିଆ କ୍ରିକେଟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କୁମିନ୍ସ ଅହମଦାବାଦ ଟେଷ୍ଟରେ ଖେଳିବେ ନାହିଁ। ଫଳରେ ସ୍ମିଥ ଅନ୍ତିମ ତଥା ଚତୁର୍ଥ ଟେଷ୍ଟରେ ଅଧିନାୟକ ଦାୟିତ୍ୱ ନିର୍ବାହ କରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel