ଦୁବାଇ, ୧୭।୧୦: ଚଳିତ ଆଇପିଏଲ୍ର ୩୩ତମ ତଥା ଶନିବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍ ହରାଇ ୧୭୭ ରନ କରିଛି। ଫଳରେ ବିରାଟ କୋହଲିଙ୍କ ନେତୃତ୍ୱାଧିନ ବାଙ୍ଗାଲୋର ସାମ୍ନାରେ ରାଜସ୍ଥାନ ୧୭୮ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଦଳ ପକ୍ଷରୁ ଅଧିନାୟକ ଷ୍ଟିଭ ସ୍ମିଥ୍ ସର୍ବାଧିକ ୫୭ ରନ (୩୬ ବଲ୍) କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରବିନ ଉଥପ୍ପା ୪୧, ବେନ୍ ଷ୍ଟୋକ୍ସ ୧୫, ଜୋଶ ବଟ୍ଲର ୨୪, ରାହୁଲ ତଓ୍ବୋତିଆ ୧୯* ରନ କରିଥିଲେ। ବାଙ୍ଗାଲୋର ପକ୍ଷରୁ କ୍ରିସ୍ ମୋରିସ ସଫଳ ବୋଲର ରହିଥିଲେ। ସେ ଏକାକୀ ୨୬ ରନ ବ୍ୟୟରେ ୪ ଉଇକେଟ୍ ହାସଲ କରିଥିଲେ। ସେହିଭଳି ୟୁଜବେନ୍ଦ୍ର ଚହଲଙ୍କୁ ୨ଟି ଉଇକେଟ୍ ମିଳିଥିଲା।