Categories: ଜାତୀୟ

ମାନନୀୟ ପ୍ରଧାନମନ୍ତ୍ରୀ, ମୁଁ ଆଜି ଆପଣଙ୍କ ସ୍ବାଗତ କରିପାରିବି ନାହିଁ: ମୁଖ୍ୟମନ୍ତ୍ରୀ ଗେହଲଟ୍‌

ଜୟପୁର,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନର ଶିଖାଓ୍ବାଟି ଗସ୍ତ କରିବେ। ସେଠାରେ ସେ ଦେଶର ୯ କୋଟି କୃଷକଙ୍କ ଖାତାକୁ କିସାନ ସମ୍ମାନ ନିଧି ଯୋଜନାର କିସ୍ତି ଟଙ୍କା ପଠାଇବେ। ଏହାପରେ ସେ ଏକ କୃଷକ ସଭାକୁ ସମ୍ବୋଧନ ସହ ଅନେକ ବିକାଶମୂଳକ ପ୍ରକଳ୍ପ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହା ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ତାଙ୍କ ଦାବିଗୁଡ଼ିକର ଏକ ଲମ୍ବା ତାଲିକା ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟକ୍ରମରୁ ତାଙ୍କ ଭାଷଣ ହଟାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏଥିପାଇଁ ତାଙ୍କ ଦାବିଗୁଡ଼ିକୁ ଟୁଇଟର ଜରିଆରେ ରଖିବାକୁ ପଡ଼ୁଛି ବୋଲି ସେ କହିଛନ୍ତି।

ଗେହଲଟ୍‌ କହିଛନ୍ତି, ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଆପଣ ରାଜସ୍ଥାନ ଗସ୍ତରେ ଆସୁଛନ୍ତି। ଆପଣଙ୍କ କାର୍ଯ୍ୟାଳୟ ପିଏମ୍‌ଓ ମୋ’ର ପୂର୍ବ ନିର୍ଦ୍ଧାରିତ ୩ ମିନିଟ୍‌ ସମ୍ବୋଧନକୁ କାର୍ଯ୍ୟକ୍ରମରୁ ହଟାଇ ଦେଇଛି। ସେଥିପାଇଁ ମୁଁ ଭାଷଣ ମାଧ୍ୟମରେ ଆପଣଙ୍କୁ ସ୍ବାଗତ କରିପାରିବି ନାହିଁ। ତେଣୁ ମୁଁ ଆପଣଙ୍କୁ ଏହି ଟୁଇଟ ମାଧ୍ୟମରେ ରାଜସ୍ଥାନକୁ ସ୍ବାଗତ କରୁଛି।

Share