Advertisement

ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ସ୍ମୋକ୍‌ ଆର୍ଟିଷ୍ଟ ଦୀପକ କୁମାର, କହିଲେ ମୁଁ ଏହି…

କଟକ,୬ା୧୧: ଡୋନାଲ୍ଡ ଟ୍ରମ୍ପ ବୁଧବାର ହ୍ବାଇଟ୍‌ହାଉସ୍‌କୁ ବୃହତ, ଅଦ୍ୱିତୀୟ ତଥା ଶକ୍ତିଶାଳୀ ରାଜନୈତିକ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନରେ କମଲା ହାରିସ୍‌ଙ୍କୁ ପରାସ୍ତ କରି ବିଜୟ ଲାଭ କରିଛନ୍ତି। ତେବେ ଏହି ନିର୍ବାଚନରେ ଟ୍ରମ୍ପ ୨୭୭ ଖଣ୍ଡ ଭୋଟ୍‌ ପାଇଥିବାବେଳେ କମଲା ୨୨୪ ଖଣ୍ଡ ଭୋଟ୍‌ ପାଇଛନ୍ତି। ଟ୍ରମ୍ପଙ୍କ ବିଜୟରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଟ୍ରମ୍ପଙ୍କ ଏହି ବିଜୟରେ କଟକ ଜିଲା ଝାଞ୍ଜିରିମଙ୍ଗଳାର ସ୍ମୋକ୍‌ ଆର୍ଟିଷ୍ଟ ଦୀପକ ବିଶ୍ୱାଳ ତାଙ୍କ ହାତର ଯାଦୁରେ ସେ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ରମ୍ପଙ୍କର ଏକ ସ୍ମୋକ୍‌ ଆର୍ଟ କରିଛନ୍ତି।
ଏଥିସହିତ ଦୀପକ ଏକ ଭିଡିଓ ଜାରି କରି କହିଛନ୍ତି, ଆମେରିକାର ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ଡୋନାଲ୍ଡ ଟ୍ରମ୍ପ ବିଜୟ ଲାଭ କରିଥିବାରୁ ତାଙ୍କୁ ଉତ୍ସର୍ଗ କରି ମୁଁ ଏହି ପେଣ୍ଟିଂଟି କରିଛି। ଏହି ପେଣ୍ଟିଂ ଜରିଆରେ ମୁଁ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଉଛି। ଏହାକୁ ତିଆରି କରିବା ପାଇଁ ତାଙ୍କୁ ୩୦ ମିନିଟ୍‌ ସମୟ ଲାଗିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share