Categories: ଜାତୀୟ

ପାର୍ଲାମେଣ୍ଟରେ ସ୍ମୋକ୍‌ ବମ୍‌ ପକାଇବା ଘଟଣା: ପୋଲିସ ହାତରେ ଲାଗିଲା ନୂଆ ସୁରାକ

ନୂଆଦିଲ୍ଲୀ,୧୭ା୧୨: ଦିଲ୍ଲୀ ସମେତ ସମଗ୍ର ଦେଶରେ ବୁଧବାର ହଇଚଇ ସୃଷ୍ଟି ହୋଇଥିଲା। ଯେତେବେଳେ ଦୁଇଜଣ ଲୋକ ପାର୍ଲାମେଣ୍ଟରେ ପ୍ରବେଶ କରି ହଙ୍ଗାମା ସୃଷ୍ଟି କରିଥିଲେ। ପ୍ରକୃତରେ ଦୁଇଜଣ ଲୋକ ଦର୍ଶକ ଗ୍ୟାଲେରିରୁ ପାର୍ଲାମେଣ୍ଟ ହଲ୍‌କୁ ଡେଇଁ ହଳଦିଆ ରଙ୍ଗର କିଛି ସ୍ପ୍ରେ କରିଥିଲେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହା ସହିତ ଜଡିଡ଼ କଥା କ୍ରମାଗତ ଭାବରେ ସାମ୍ନାକୁ ଆସୁଛି। ବର୍ତ୍ତମାନ ଏହି ମାମଲାରେ ଆଉ ଏକ ବଡ଼ କଥା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ଦୁଇଜଣ ଅଭିଯୁକ୍ତ ସାଗର ଶର୍ମା ଏବଂ ମନୋରଞ୍ଜନ ପାର୍ଲାମେଣ୍ଟର ଦଶର୍କ ଗ୍ୟାଲେରିରେ ପ୍ରଥମ ଧାଡ଼ିରେ ବସିଥିଲେ। ଯାହାଫଳରେ ସେମାନେ ପ୍ଲାନିଂର ଏକ ଅଂଶ ଭାବରେ ପାର୍ଲାମେଣ୍ଟ ଗୃହର ହଲକୁ ଡେଇଁଥିଲେ। ଉଭୟ ଜାଣିଥିଲେ ଯେ, ଯଦି ଦର୍ଶକମାନେ ଗ୍ୟାଲେରିର ପଛ ଧାଡିରେ ବସିଥା’ନ୍ତି, ତେବେ ହଲ ଭିତରକୁ ଡେଇଁବା ସମ୍ଭବ ନୁହେଁ। ଏହି ଯୋଜନାର ମୁଖ୍ୟ ଥିଲେ ମନୋରଞ୍ଜନ। କାରଣ ସେ ଥରେ ବିଧାନସଭା ଅଧିବେଶନ ସମୟରେ ପାର୍ଲାମେଣ୍ଟ ଗୃହର ପରିଦର୍ଶକ ଗ୍ୟାଲେରିରେ ପ୍ରଥମ ଧାଡ଼ିରେ ବସିଥିଲେ।

ତେଣୁ ଅଭିଯୁକ୍ତମାନେ ଜାଣିଥିଲେ ଯେ, ଯାଞ୍ଚ ପାଇଁ ସେମାନଙ୍କୁ ପାର୍ଲାମେଣ୍ଟ ଗୃହରେ ଠିକ୍‌ ସମୟରେ ପହଞ୍ଚିବାକୁ ପଡ଼ିବ। ଯାହା ଦ୍ୱାରା ସେମାନେ ଲାଇନ୍‌ଠାରୁ ଆଗରେ ରହି ଦର୍ଶକ ଗ୍ୟାଲେରିର ପ୍ରଥମ ଧାଡ଼ିରେ ବସିପାରିବେ ଏବଂ ତା’ପରେ ସେମାନଙ୍କ ଉଦ୍ଦେଶ୍ୟରେ ସଫଳ ହୋଇପାରିବେ। ସୂଚନାନୁସାରେ, ମହେଶ କୁମାଓ୍ବତ ଦିଲ୍ଲୀଠାରୁ ପ୍ରାୟ ୪୫୦ କିଲୋମିଟର ଦୂରରେ ଥିବା ନାଗପୁରର କୁଚମାନ ସହର ନିକଟ ତ୍ରିଶଙ୍ଗୟା ଗ୍ରାମରେ ଥିବା ଏକ ହୋଟେଲରେ ପାର୍ଲାମେଣ୍ଟ ଦୁର୍ନୀତିର ମାଷ୍ଟରମାଇଣ୍ଡ ଲଲିତ ଝା’ଙ୍କୁ ଏକ ହୋଟେଲରେ ରଖିଥିଲେ।

ଏହା ପରେ ୧୩ ଡିସେମ୍ବର ରାତିରେ ଲଲିତ ଏବଂ ମହେଶ ଏକତ୍ର ୪ଟି ଫୋନ ଜାଳିଦେବା ବାହାନାରେ ନିଆଁ ଲଗାଇ ଦେଇଥିଲେ। ଉଭୟେ ଏହି ପ୍ରମାଣକୁ ନଷ୍ଟ କରିଦେଲେ। ଯାହା ପାର୍ଲାମେଣ୍ଟ ସୁରକ୍ଷା ଉଲ୍ଲଂଘନ ମାମଲାରେ ସବୁଠାରୁ ବଡ଼ ପ୍ରମାଣ ଥିଲା। ଏହା ଆଜି ଅର୍ଥାତ୍‌ ୧୭ ଡିସେମ୍ବରରେ ଜଣାପଡ଼ିଛି ଯେ, ଯେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ରାଜସ୍ଥାନର ନାଗପୁରରୁ ସମସ୍ତ ଅଭିଯୁକ୍ତଙ୍କ ମୋବାଇଲ ଉଦ୍ଧାର କରିଛି। ତେବେ ଜଳିଯାଇଥିବା ଅବସ୍ଥାରେ ମୋବାଇଲ ଉଦ୍ଧାର କରାଯାଇଛି।

Share