ଓଡ଼ିଶାରେ ଦେଖାଗଲା ଧୂମକେତୁ ‘ସି/୨୦୨୩ ଏ-୩’

ଭୁବନେଶ୍ୱର, ୨।୧୦(ବନ୍ଦନା ସେଠୀ):ଅକ୍ଟୋବର ୧ ମଙ୍ଗଳବାର ଭୋର୍‌ ସମୟରେ ଓଡ଼ିଶା ସମେତ ଦେଶର କେତେକ ସ୍ଥାନରେ ‘ସି/୨୦୨୩ ଏ-୩’ ଧୂମକେତୁ ଦେଖାଦେଇଛି। ଅଳ୍ପ ସମୟ ପାଇଁ ଦୃଶ୍ୟମାନ ହୋଇଥିବା ଏହି ଧୁମକେତୁ ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାର୍‌ରେ ଦେଖାଜ୍‌ଯାଇଥିଲା। ‘ସି/୨୦୨୩ ଏ-୩’ଧୂମକେତୁ ଅକ୍ଟୋବର ୧୫ ରୁ ୨୦ ତାରିଖ ପର୍ଯ୍ୟନ୍ତ ଖାଲି ଆଖିକୁ ଦେଖାଯିବାର ସମ୍ଭାବନା ରହିଛି। ଅକ୍ଟୋବର ୧୨ତାରିଖରେ ଏହା ପୃଥିବୀର ପ୍ରାୟ ୭କୋଟି କିଲୋମିଟର ଦୂର ନିକଟତମ ଅବସ୍ଥାକୁ ଆସିବ। ସେହିପରି ୧୫ ତାରିଖ ସା ୬ଟା ୧୫ ସମୟରେ ପଶ୍ଚିମ ଦିଗ୍‌ବଳୟର ପ୍ରାୟ ୧୬ଡିଗ୍ରୀ ଉପରେ ଏହା ଦୃଶ୍ୟମାନ ହେବ। ପରେ ଧୀରେଧୀରେ ତଳୁଆ ଗତିକରି ପ୍ରାୟ ଅଧଘଣ୍ଟା ପରେ ଅସ୍ତ ହୋଇଯିବ। ପରବର୍ତ୍ତୀ ଦିନଗୁଡ଼ିକରେ ସେହି ଏକା ସମୟ ଅର୍ଥାତ୍‌ ସା ୬ଟା ୧୫ରେ ପୂର୍ବଦିନ ଠାରୁ ପ୍ରାୟ ୪ଡିଗ୍ରୀ ଉପରେ ଦେଖାଯିବ। ସେହିପରି ପୂର୍ବଦିନ ତୁଳନାରେ ଅସ୍ତ ହେବାକୁ ୧୦ରୁ ୧୨ ମିନିଟ ଅଧିକ ସମୟ ନେବ। ଏହିପରି ଦିନ ପରେ ଦିନ ଧୀରେଧୀରେ ଏହା ଉପରକୁ ଉପରକୁ ଦେଖାଯାଇ ୨୦ ତାରିଖରେ ୩୬ଡିଗ୍ରୀ ଉପରେ ପହଞ୍ଚତ୍ବ। ଧୂମକେତୁ ସୂର୍ଯ୍ୟଠାରୁ ଦୂରେଇ ଯାଉଥିବା ଫଳରେ ଏହାର ଉଜ୍ଜଳତା କମିକମି ଯିବ ଏବଂ ୨୦ତାରିଖ ପରେ ଏହାକୁ ଖାଲି ଆଖିରେ ଦେଖିବା ସମ୍ଭବ ହେବନାହିଁ। ‘ସି/୨୦୨୩ ଏ-୩’ ଧୂମକେତୁ ୮୦ହଜାର ବର୍ଷ ପରେ ପୁନର୍ବାର ଦୃଶ୍ୟମାନ ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ପୂର୍ବତନ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି ଧୂମକେତୁଟି ଖାଲି ଆଖିକୁ ଏକ ତାରା ଓ ତା’କୁ ଲାଗି ରହିଥିବା ମେଘ ଭଳିଆ ଛୋଟ ଝାପ୍ସା ଲାଞ୍ଜଟିଏ ଭଳି ଦେଖାଯିବ ବୋଲି ପଟ୍ଟନାୟକ କହିଛନ୍ତି। ମଙ୍ଗଳବାର ଭୋର୍‌ ସମୟରେ ଦୃଶ୍ୟମାନ ହୋଇଥିବା ଧୂମକେତୁର ଚିତ୍ର ରାକେଶ କୁମାର ରାଉଳ ଖୋର୍ଦ୍ଧା-ନୟାଗଡ଼ ରାସ୍ତାରୁ ଉତ୍ତୋଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ : ସମର୍ଥ ବର୍ମାଙ୍କୁ ମିଳିଲା..

ଭୁବନେଶ୍ୱର,୧୪।୩: ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ରାଜ୍ୟ ସରକାର DTET ନିର୍ଦ୍ଦେଶକ ଥିବା ସମର୍ଥ ବର୍ମାଙ୍କୁ ଅତିରିକ୍ତ ଦାୟିତ୍ୱବ ପ୍ରଦାନ କରିଛନ୍ତି। ଓଡ଼ିଶା...

କଟକବାସୀଙ୍କ ପାଇଁ ଖୁସି ଖବର: ଭୁବନେଶ୍ୱରରୁ ତ୍ରିସୁଲିଆ ପର୍ଯ୍ୟନ୍ତ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ବିସ୍ତାର କରାଯିବ

ଭୁବନେଶ୍ୱର,୧୮।୩: ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ କରିବାକୁ ଯାଉଛି। ଓଡ଼ିଶା ସରକାର ଭୁବନେଶ୍ୱରରୁ ତ୍ରିସୁଲିଆ ପର୍ଯ୍ୟନ୍ତ ପ୍ରସ୍ତାବିତ ଟ୍ରେନ୍...

ବନ ବିଭାଗର ବଡ଼ ପଦକ୍ଷେପ: ଜଙ୍ଗଲ ନିଆଁ ରୋକିବ…

ଭୁବନେଶ୍ୱର,୧୮।୩: ଚିନ୍ତା ବଢାଉଛି ଜଙ୍ଗଲ ନିଆଁ। ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ କରାଯାଉଛି। ହେଲେ ବଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ ଭୟଙ୍କର...

ଖୋଲିବ ହତ୍ୟା ଘଟଣାର ଗୁମର! ନବ ଦାସଙ୍କ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ

ଭୁବନେଶ୍ୱର, ୧୮।୩: ନବ ଦାସ ହତ୍ୟା ମାମଲାରେ ମଙ୍ଗଳବାର ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ ଝାରସୁଗୁଡ଼ାସ୍ଥିତ ଘରେ ପହଞ୍ଚିଛନ୍ତି। ବୟାନ ରେକର୍ଡ ପାଇଁ କ୍ରାଇମବ୍ରାଞ୍ଚ ଟିମ...

ସରକାରଙ୍କ କୃଷିନୀତିରେ ଚାଷୀ ହେବେ ସର୍ବସ୍ବାନ୍ତ

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): କୃଷକମାନଙ୍କୁ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ମିଳୁ ନାହିଁ । ଏହି କାରଣରୁ କୃଷକମାନେ ଋଣଗ୍ରସ୍ତ ହେଉଛନ୍ତି। ବ୍ୟାଙ୍କ ଏବଂ ସାହୁକାରଙ୍କଠାରୁ ଋଣ...

ପଞ୍ଚଭୂତରେ ବିଲୀନ ହେଲେ ଦେବେନ୍ଦ୍ର: ପୁଅ ଦେଲେ ମୁଖାଗ୍ନି

ପୁରୀ,୧୮ା୩ (ଅଜିତ୍‌ କୁମାର ମହାନ୍ତି): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ମଙ୍ଗଳବାର ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର...

ଦେବେନ୍ଦ୍ରଙ୍କ ଶେଷକୃତ୍ୟରେ ସାମିଲ ହେଲେ ବାବା ରାମଦେବ

ପୁରୀ,୧୮।୩: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର ଭୁବନେଶ୍ବରରୁ ଆସି ପୁରୀରେ ପହଞ୍ଚିଛି। ଆଉ କିଛି...

ଦୁର୍ଘଟଣାରେ ବାପ ପୁଅଙ୍କ ଜୀବନଗଲା

ବାଙ୍ଗିରିପୋଷି, ୧୮ା୩(ସଞ୍ଜୟ କୁମାର ଅଗ୍ରୱାଲା): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଦେଇଯାଇଥିବା ୪୯ନଂ. ଜାତୀୟ ରାଜପଥର ଦ୍ୱାରଶୁଣୀ ଘାଟିରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଜଣା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image