ପରମାଣୁ ପାଓ୍ବାର ପ୍ଲାଣ୍ଟ ଉପରେ ରୁଷିଆର ଆକ୍ରମଣ

କ୍ୱିଭ୍‌,୪।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ନବମ ଦିନ। ରୁଷିଆ ପକ୍ଷରୁ ଆକ୍ରମଣ ଜାରି ରଖିବାବେଳେ ଶୁକ୍ରବାର ୟୁକ୍ରେନର ଜାପୋରିଜିଆ ପରମାଣୁ ଶକ୍ତି କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଛି। ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ନିଶ୍ଚିତ କରିଛନ୍ତି। ସ୍ଥାନୀୟ ସମୟ ଅପରାହ୍ନ ୨.୩୦ ପରେ ଜାରି ଏକ ଟୁଇଟ୍‌ରେ କୁଲେବା କହିଛନ୍ତି, ରୁଷିଆ ସୈନ୍ୟବାହିନୀ ୟୁରୋପର ବୃହତ୍ତମ ଆଣବିକ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଜାପୋରିଜିଆ ଏନପିପି ଉପରେ ସବୁ ଦିଗରୁ ଗୁଳି ଚଳାଉଛନ୍ତି। ସେଠାରୁ ଧୂଆଁ ବାହାରୁଛି। ଯଦି ନିଆଁ ମାଡିଯିବ, ତେବେ ଏହା ବିସ୍ଫୋରଣ ହେବ। ଚେର୍ନୋବିଲ ଠାରୁ ୧୦ ଗୁଣ ଅଧିକ ବିସ୍ଫୋରଣ ହେବ। ରୁଷିଆ ତୁରନ୍ତ ଏଠାରେ ଗୁଳି ଚଳାଇବା ବନ୍ଦ କରିବା ଉଚିତ ଏବଂ ଏହାର ନିରାପତ୍ତା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯିବା ଉଚିତ ବୋଲି ସେ କହିଛନ୍ତି।

Share