ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପାଖେ ରହିଲେ ବି ହେବ କ୍ୟାନସର, ୨୦୧୯ରେ ହୋଇଥିଲା ୩୭ ଲକ୍ଷ ମୃତ୍ୟୁ: ରିପୋର୍ଟ

ୱାଶିଂଟନ,୨୧ ।୮: ଯଦି ଜଣେ ବ୍ୟକ୍ତି ଧୂମ୍ରପାନ କରୁ ନାହାନ୍ତି ତେବେ ବି ସେକେଣ୍ଡ ହ୍ୟାଣ୍ଡ ସ୍ମୋକିଂ ଯୋଗୁ କ୍ୟାନସରର ଶିକାର ହୋଇପାରନ୍ତି । ବ୍ରିଟିଶ ମେଡିକାଲ ଜର୍ନାଲ ଦ ଲ୍ୟାଂସେଟର ଅଧ୍ୟୟନରେ ଦାବି କରାଯାଇଛି କି ସେକେଣ୍ଡ ହ୍ୟାଣ୍ଡ ସ୍ମୋକିଂ କ୍ୟାନସର ହେବାର ୧୦ମ ସବୁଠାରୁ ବଡ କାରଣ ।
ସୂଚନାଯୋଗ୍ୟ , ଧୂମ୍ରପାନ କରୁଥିବା ଲୋକଙ୍କ ମଧ୍ୟରେ କ୍ୟାନସରର ଭୟ ଯେତିକି ପରିମାଣରେ ରହିଥାଏ ସେକେଣ୍ଡ ହ୍ୟାଣ୍ଡ ସ୍ମୋକିଂ କ୍ଷେତ୍ରରେ ବି ଏହା ସେତିକି ପରିମାଣର ରହିଥାଏ । ଦିଆଯାଇଥିବା ସଂଖ୍ୟା ଅନୁଯାୟୀ, ସାରା ବିଶ୍ୱରେ ସେକେଣ୍ଡ ହ୍ୟାଣ୍ଡ ସ୍ମୋକିଂ ବା ପ୍ୟାସିଭ ସ୍ମୋକିଂର ଶିକାର ହେଉଥିବା ଲୋକଙ୍କ ସଂଖ୍ୟା ଏବେ ବଢିବାରେ ଲାଗିଛି । ଏହାର ଅର୍ଥ ହେଉଛି ଧୂମ୍ରପାନ ନ କରୁଥିବା ଲୋକେ ବି ଏବେ ରୋଗରେ ପଡୁଛନ୍ତି । ଏଥିପାଇଁ ବିଶେଷଜ୍ଞମାନେ ଧୂମ୍ରପାନ କରୁଥିବା ଲୋକଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।
ଗ୍ଲୋବାଲ ବର୍ଡନ ଅଫ ଡିଜିଜ, ଇନଜ୍ୟୁରି ଆଣ୍ଡ ରିସ୍କ ଫ୍ରାକ୍ଟର(ଜିବିଡି) ୨୦୧୯ର ଅନୁସନ୍ଧାନ ଫଳାଫଳକୁ ବ୍ୟବହାର କରି ବିଶେଷଜ୍ଞମାନେ ଅନୁସନ୍ଧାନ କରିଛନ୍ତି ଯେ ୨୦୧୯ରେ ୨୩ ପ୍ରକାରର କର୍କଟ ରୋଗରୁ ୩୪ଟି ଆଚରଣଗତ, ମେଟାବୋଲିକ, ପରିବେଶ ଓ ବ୍ୟବହାରିକ କାରଣ କିପରି ମୃତ୍ୟୁ ଓ ରୋଗର କାରଣ ହୋଇଛି । ଏସବୁ କାରଣରୁ ୨୦୧୯ରେ ୩୭ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି ।

Share