ସ୍ମୋକି ମେକ୍‌ଅପ୍‌

ପ୍ରଥମେ ଆଖିରେ ଆପଣଙ୍କ ମନପସନ୍ଦର ଆଇସ୍ୟାଡୋ ପ୍ରାଇମର୍‌ ଲଗାନ୍ତୁ। ଆଇସ୍ୟାଡୋକୁ ନିଜ ଆଙ୍ଗୁଠିରେ କିମ୍ବା ବ୍ରସ୍‌ରେ ଆଖିପତାରେ ଲଗାଇପାରିବେ।
ଅଧିକ ଆକର୍ଷଣୀୟ ଦେଖାଯିବା ପାଇଁ ଗାଢ଼ ଆଇସ୍ୟାଡୋ ଲଗାଇପାରିବେ। ସ୍ମୋକି ଆଇଜ୍‌ ମେକ୍‌ଅପ୍‌ ନେଉଥିଲେ କଳା ରଙ୍ଗର ଆଇଲାଇନର୍‌ ଲଗାନ୍ତୁ।
ଯଦି ଗ୍ରୀନ୍‌ ସ୍ମୋକି ଆଇଜ୍‌ ମେକଅପ୍‌ ନେଉଛନ୍ତି ତେବେ ଗ୍ରୀନ୍‌ କଲର୍‌ କ୍ରିମ୍‌ ବେସ୍‌ ଲଗାନ୍ତୁ।
ଯେଉଁ ରଙ୍ଗର ମେକଅପ୍‌ ନେବାକୁ ଚାହୁଁଛନ୍ତି ସେହି ରଙ୍ଗର କ୍ରିମ୍‌ ବେସ୍‌ ଲଗାନ୍ତୁ। ଆଉ ଗୋଟିଏ ବ୍ରସ୍‌ ନେଇ କଲର୍‌କୁ ଭଲଭାବେ ମିଶାନ୍ତୁ। ପରେ ଆଉ ଏକ ବ୍ରସ୍‌ ଦ୍ୱାରା ଆପଣଙ୍କ ଆଖିର କ୍ରିଜ୍‌ ଲାଇନରେ ଟ୍ରାଞ୍ଜିସନ୍‌ କଲର୍‌ ଲଗାନ୍ତୁ। ଏହାଦ୍ୱାରା ମେକ୍‌ଅପ୍‌ ଅଧିକ ଡାର୍କ ଦେଖାଯିବ।
ଯେଉଁ କଲରର ସ୍ମୋକି ଆଇଜ୍‌ କରୁଛନ୍ତି ସେହି କଲରର୍‌ ଆଇସ୍ୟାଡୋ ମଧ୍ୟ ଲଗାନ୍ତୁ। ସ୍ମୋକି ଆଇଜ୍‌ ମେକଅପ୍‌କୁ ଭଲଭାବେ ଆଖି ଚାରିପାଖରେ ମିଶାଇବା ଦରକାର। ଏହାପରେ ଓ୍ବାଟର୍‌ ପ୍ରୁଫ୍‌ କାଜଲ୍‌ ଲଗାଇ ଶେପ୍‌ ଦିଅନ୍ତୁ। ଶେଷରେ ମସ୍କାରା ଲଗାଇ ଆଖିର ଏକ ସୁନ୍ଦର ଲୁକ୍‌ ଦିଅନ୍ତୁ।