Categories: ଖେଳ

ଇତିହାସ ରଚିଲେ ସ୍ମୃତି ମନ୍ଧାନା

ମୁମ୍ବାଇ,୧୨।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ୧୧ ଡିସେମ୍ବରରେ ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ ଦଳ ସୁପର ଓଭରରେ ଜିତିଥିଲା। ମ୍ୟାଚର ହିରୋ ଓପନର୍‌ ସ୍ମୃତି ମନ୍ଧାନା ଥିଲେ। ମ୍ୟାଚ ସମୟରେ ସେ ଏକ ବିଶେଷ ସଫଳତା ମଧ୍ୟ ହାସଲ କରିଥିଲେ, ଯାହା ତାଙ୍କ ପୂର୍ବରୁ କେବଳ ଅଧିନାୟକ ହରମନପ୍ରୀତ କୌରଙ୍କ ନାମରେ ରେକର୍ଡ କରାଯାଇଥିଲା।
ଭାରତୀୟ ମହିଳା ଦଳ ପାଇଁ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୨୫୦୦ରୁ ଅଧିକ ରନ ସଂଗ୍ରହ କରିଥିବା ସ୍ମୃତି ମନ୍ଧାନା ଦ୍ୱିତୀୟ ମହିଳା ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି ବିଶେଷ ସଫଳତା କେବଳ ହରମାନପ୍ରୀତଙ୍କ ନାମରେ ଥିଲା। କୌର ଦେଶ ପାଇଁ ୧୩୯ ମ୍ୟାଚ ଖେଳି ୧୨୫ ଇନିଂସରେ ହାରାହାରି ୨୭.୩୬ରେ ୨୭୩୬ ରନ ସ୍କୋର କରିଥିଲେ। ଏଥି ସହିତ, ମନ୍ଧାନା ନିଜର ୧୦୪ତମ ମ୍ୟାଚର ୧୦୦ତମ ଇନିଂସରେ ଏହି ବିଶେଷ ସଫଳତା ହାସଲ କରିଛନ୍ତି। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସେ ୨୫୪୪ ରନ କରିଛନ୍ତି।

Share