ନୂଆଦିଲ୍ଲୀ,୧୪।୧୦:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମା’ଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇ ଗୁଜରାଟର ‘ଏଏପି’ ଅଧ୍ୟକ୍ଷ ଗୋପାଳ ଇଟାଲୀୟା ଫସିଯାଇଛନ୍ତି। ଏହା ବିରୋଧରେ ଭାଜପା ଏକ ମୋର୍ଚ୍ଚା ଖୋଲିଛି। ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ଅରବିନ୍ଦ କେଜ୍ରିିୱାଲ ଜୀ ତୁମର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମ ଦେଇଥିବା ମହିଳାଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ଗୁଜରାଟର ଲୋକମାନେ ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ଅପମାନକୁ ବରଦାସ୍ତ କରିବେ ନାହିଁ। ଉଚିତ୍ ଶିକ୍ଷା ଦେବେ। ଏଥିପାଇଁ ଆପଣଙ୍କୁ ରାଜନୈତିକ ମୂଲ୍ୟ ଦେବାକୁ ପଡିବ।
ସ୍ମୃତି ଇରାନୀ ଏଠାରେ ଅଟକି ନ ଥିଲେ। ସେ ଆହୁରି କହିଛନ୍ତି,ଆଜି ମୁଁ ଚ୍ୟାଲେଞ୍ଜ କରୁଛି … ନିଜକୁ କୃଷ୍ଣଙ୍କର ଏକ ରୂପ ବୋଲି କହୁଛନ୍ତି। ଯଦି ଅରବିନ୍ଦ କେଜ୍ରିଓ୍ବାଲଙ୍କର ସାହସ ଅଛି, ଗୁଜରାଟର ମାଟିକୁ ଆସ ଏବଂ ଏପରି ଶବ୍ଦ ଦେଖାନ୍ତୁ। କେଜ୍ରିଓ୍ବାଲଙ୍କ ନିର୍ଦ୍ଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କୁ ଅପମାନ କରାଯାଉଛି।
ସୁଚନାଯୋଗ୍ୟ, ଅକ୍ଟୋବର ୧୩ରେ ଗୁଜରାଟର ଆମ ଆଦମୀ ପାର୍ଟି ମୁଖ୍ୟ ଗୋପାଳ ଇଟାଲିୟାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦେଇଥିବା ଅଭିଯୋଗ ପାଇଁ ଦିଲ୍ଲୀ ପୋଲିସ ଅଟକ ରଖିଥିଲା। କିଛି ଘଣ୍ଟା ପରେ ପୋଲିସ ତାଙ୍କୁ ଛାଡିଦେଇଥିଲା।