ମୌନୀଙ୍କ ପାଇଁ ଏମିତି ଲେଖିଲେ ସ୍ମୃତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମୌନୀ ରୟ ଦୁବାଇର ବ୍ୟବସାୟୀ ସରୋଜ ନାମ୍ବିୟାରଙ୍କୁ ଗୁରୁବାର ବିବାହ କରିଛନ୍ତି। ଦୁହେଁ ପ୍ରଥମେ ଦକ୍ଷିଣ ଭାରତୀୟ ରୀତିନୀତି ଅନୁଯାୟୀ ଗୋଆରେ ବିବାହ କରିଥିବାବେଳେ ଦ୍ୱିତୀୟ ଥର ବଙ୍ଗୀୟ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବିବାହ ପରେ ମୌନୀ ଏବଂ ସରୋଜଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି। ସ୍ମୃତି ଇରାନୀ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ସେ ମୌନୀଙ୍କୁ ସୋସିଆଲ ମିଡିଆରେ ବିବାହର ଶୁଭେଚ୍ଛା ଜଣାଇଛନ୍ତି।

ସ୍ମୃତି ଷ୍ଟାର୍‌ ପ୍ଲସ୍‌ ହିଟ୍‌ ଶୋ ‘କ୍ୟୁଁ କି ଶାଶ୍‌ ଭି କଭି ବୋହୂ ଥି’ରେ ତୁଳସୀ ବିରାନୀଙ୍କ ଭୂମିକାରେ ଅଭିନୟ କରି ବେଶ୍‌ ଲୋକପ୍ରିୟ ହୋଇପାରିଥିଲେ। ଏହି ସିରିୟଲରେ ସ୍ମୃତିଙ୍କ ଅନ୍‌-ସ୍କ୍ରିନ୍‌ ଝିଅ ଭୂମିକାରେ ମୌନୀ ଅଭିନୟ କରିଥିଲେ। ମୌନୀଙ୍କ ବିବାହ ଫଟୋ ଶେୟାର କରି ସ୍ମୃତି ଲେଖିଛନ୍ତି, ‘ଏହି ଝିଅ (ମୌନୀ) ଆଜି ୧୭ ବର୍ଷ ତଳେ ମୋ’ ଜୀବନରେ ଆସିଥିଲା। ମୁଁ ଏହାକୁ ଜଣେ ବନ୍ଧୁ ଏବଂ ପରିବାର ଭାବରେ ପାଇ ଭାଗ୍ୟବାନ ମନେ କରେ। ଆଜି ସେ ମୋର ଜଣେ ବନ୍ଧୁ। ଏକ ନୂତନ ଯାତ୍ରା ଆରମ୍ଭ। ଭଗବାନ ସମସ୍ତ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ବାସ୍ଥ୍ୟ ପ୍ରଦାନ କରନ୍ତୁ। ସରୋଜ ଆପଣ ବହୁତ ଭାଗ୍ୟବାନ ଅଟନ୍ତି।

ଅନ୍ୟପକ୍ଷରେ ସ୍ମୃତିଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ମୌନୀ ଲେଖିଛନ୍ତି, ”ବହୁତ ସୁନ୍ଦର ଶବ୍ଦ … ମୁଁ ଆପଣ ଏବଂ ଆପଣଙ୍କ ଭଲପାଇବା ପାଇଁ ବହୁତ କୃତଜ୍ଞ। ମୁଁ ଆପଣଙ୍କୁ ବହୁତ ଭଲ ପାଏ। ମୁଁ ଏଠାରେ ଆପଣଙ୍କୁ ବହୁତ ମନେ ପକାଉଛି।“

Share