ନୂଆଦିଲ୍ଲୀ,୬।୨: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶେନେଲ ଇରାନୀ ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛି। ଫେବୃଆରୀ ୭ରୁ ୯ମଧ୍ୟରେ ରାଜସ୍ଥାନର ଖିମସାର ଫୋର୍ଟ(ନାଗୌର)ରେ ଶେନେଲ ଇରାନୀଙ୍କ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶେନେଲଙ୍କ ବିବାହ ଅର୍ଜୁନ ଭଲ୍ଲାଙ୍କ ସହ ହେବାକୁ ଯାଉଛି। ଗତ କିଛି ଦିନ ପୂର୍ବରୁ ସ୍ମୃତି ଇରାନୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ଝିଅ ଶେନେଲ ଏବଂ ଜ୍ୱାଇଁ ଅର୍ଜୁନଙ୍କ ଏକ ଫଟୋ ଶେୟାର କରି ଖୁସି ବ୍ୟକ୍ତ କରିଥିଲେ।