ହାତକୁ ଦୁଇ ହାତ ହେବେ ସ୍ମୃତି ଇରାନୀଙ୍କ ଝିଅ, ଜାଣନ୍ତୁ ଶନେଲ କିଏ…

ନୂଆଦିଲ୍ଲୀ,୭।୨: ହାତକୁ ଦୁଇ ହାତ ହେବେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶନେଲ ଇରାନୀ। ଗତ ବର୍ଷ ଅର୍ଜୁନ ଭଲ୍ଲାଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା। ଫେବୃୟାରୀ ୭ରୁ ୯ ପର୍ଯ୍ୟନ୍ତ ବିବାହ ଉତ୍ସବ ଅନୁଷ୍ଠିତ ହେବ। ରାଜସ୍ଥାନ ନାଗୌରର ଖୀବସର ଫୋର୍ଟକୁ ଏଥିଲାଗି ବଛାଯାଇଛି। ବିବାହରେ ଉଭୟ ପରିବାରର ୨୪୭ ଅତିଥି ସାମିଲ ହେବେ ବୋଲି କୁହାଯାଉଛି।

ଶନେଲ ପେସାରେ ଜଣେ ଓକିଲ। ମୁମ୍ବାଇର ସରକାରୀ ଆଇନ ବିଶ୍ୱବିଦ୍ୟାଳୟରୁ ସେ ନିଜର ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ଓ୍ବାଶିଂଟନ ଡିସିର ଜର୍ଜଟାଉନ ୟୁନିଭର୍ସିଟି ଲ’ ସେଣ୍ଟରରୁ ଏଲ୍‌ଏଲ୍‌ଏମ୍‌ ଡିଗ୍ରୀ ହାସଲ କରିଛନ୍ତି। ଏବେ ସେ ଓ୍ବିଲମେରହାଲେ ନାମକ ଅନ୍ତର୍ଜାତୀୟ ଲ’ ଫାର୍ମରେ କାମ କରୁଛନ୍ତି।

Share